ବେଲଗାମ ହେଉଛନ୍ତି ବାଇକ ଚାଳକ

ଜି.ଉଦୟଗିରି : ଜି.ଉଦୟଗିରି ସହରରେ ଦିନକୁ ଦିନ ବେଲଗାମ ହେଉଛନ୍ତି ବାଇକ ଚାଳକ । ବେଲଗାମ ବାଇକ ଚାଳନା ସାଙ୍ଗକୁ ବାଇକ କର୍କଶ ଶବ୍ଦ ସାଧାରଣରେ ଅତିଷ୍ଠ କରୁଥିବା ବେଳେ ବାଇକରେ ତିନି ଜଣ ବସି ବୁଲିବା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ଏବେ ଗୋଟିଏ ବାଇକରେ ୪ଜଣ ବସି ବୁଲିବା ଦୃଶ୍ୟ ଦେଖିବାକୁ ମିଳିଛି । ସହରରେ ରଙ୍ଗ ବେରଙ୍ଗର ବିକୃତ ବାଇକ ଧରି ବିକୃତ ଶବ୍ଦ ବାହାର କରି ଦ୍ରୁତ ଗତିରେ ବୁଲିବା ଷ୍ଟଣ୍ଟ ଦେଖେଇବା ଦୃଶ୍ୟ ନିତିଦିନିଆ ଘଟଣା ହୋଇଗଲାଣି । ଏହିଭଳି ବେଲଗାମ ବାଇକ ଚାଳନା ଯୋଗୁଁ ପ୍ରତ୍ୟକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି ।

Comments (0)
Add Comment