କୃଷି ଆଇନ ପ୍ରତ୍ୟାହାର ଦାବୀରେ ଚାଷୀ ସଂଗଠନର ବିକ୍ଷୋଭ

ବଲାଙ୍ଗୀର,୧୪/୧୨- କୃଷି ଆଇନ୍‌ ୨୦୨୦ ପ୍ରତ୍ୟାହାର ପାଇଁ ଚାଲିଥିବା ଆନ୍ଦୋଳନ ସମର୍ଥନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ସତ୍ୟନାରାୟଣ ବନଛୋର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ମଧୁସୂଦନ କ୍ଷେତି, ପ୍ରଦୀପ ପ୍ରଧାନ, ସୌରି ସାହୁ, ଗଣ୍ଡାରାମ ବିଶି ପ୍ରମୁଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିର କଟୁ ସମାଲୋଚନା କରି ଆଇନ୍‌ ପ୍ରତ୍ୟାହାର ଦାବି କରିଥିଲେ । ସେହିପରି ଜ୍ୟୋତି ପଧାନଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘର ଚାଷୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଇନ୍‌ ଫେରସ୍ତ ଦାବୀ କରିଥିଲେ । ଆନ୍ଦୋଳନରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧକ୍ଷ ଡ ବିପିନ କୁଶୁଲିଆ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟର ଦୃଢ ନିନ୍ଦା କରିଥିଲେ ।

Comments (0)
Add Comment