ସଫେଇ କର୍ମଚାରୀଙ୍କୁ ପିଏପିର ମାକ୍ସ ବଣ୍ଟନ

ବଲାଙ୍ଗୀର,୧୨/୫- ସଂପ୍ରତି ବଢୁଥିବା କୋରୋନାର ସଂକ୍ରମଣକୁ ରୋକିବାକୁ ଜରୁରୀ । ସବୁବେଳେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା । । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯେଉଁମାନେ ଆଗରେ ଠିଆ ହୋଇ ସମାଜର ସୁରକ୍ଷାରେ ନିଜକୁ ସମର୍ପିତ କରିଛନ୍ତି, ସେମାନେ କୋରୋନା ଯୋଦ୍ଧା । ସେଇ କୋରୋନା ଯୁଦ୍ଧର ଆଗୁଆ ସେନାନୀ ବଲାଙ୍ଗୀର ପୌରାଞ୍ଚଳରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ, ତଦାରଖ କାରୀ, ସ୍ୱଚ୍ଛସାଥୀ ଓ ସୁପରଭାଇଜର ତଥା ପୌର କର୍ମଚାରୀ ମାନଙ୍କୁ କୋଭିଡ ମୁକାବିଲା ପାଇଁ ଉନ୍ନତ ମାନର ଏନ୍‌ ୯୫ମାସ୍କ ବ୍ୟବହାର କରିବାକୁ ଯୋଗାଇ ଦେଇଛନ୍ତି ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀଆଲୋକ ପାଠାଗାର , ନଅଗାଁ ,ବଲାଙ୍ଗୀର । ଆଜି ପୌରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଭେଟି ପଲ୍ଲୀ ଆଲୋକ ପାଠାଗାରର ସଂପାଦକ ପ୍ରଶାନ୍ତ ନାୟକ, କାର୍ଯ୍ୟକ୍ରମ ସଂଯୋଜକ ହୀରାଲାଲ ମିଶ୍ର ଓ ଭାଗିରଥି ସାହୁ ୪୦୦ ଏନ୯୫ ୬୦୦ ସର୍ଜିକାଲ ମାସ୍କ ପ୍ରଦାନ କରିଛନ୍ତି । କୋଭିଡ ମୁକାବିଲା କ୍ଷେତ୍ରରେ ଏହି ମାସ୍କ ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ବୋଲି ପୌରନିର୍ବାହୀ ଅଧିକାରୀ ଶ୍ରୀ ଦୀପ କହିଥିବାବେଳେ ପଲ୍ଲୀଆଲୋକ ପାଠାଗାରର ସଂପାଦକ ପ୍ରଶାନ୍ତ ନାୟକ ଗତ କୋଭିଡ ସମୟରୁ ଏ ଯାବତ ସେମାନେ କପଡା ମାସ୍କ ବଣ୍ଟନ ସହିତ ଅନାଥ ତଥା ଘରେ ରହି ଯାଇଥିବା ଦାଦନ ଶ୍ରମିକଙ୍କ ସନ୍ତାନ ମାନଙ୍କୁ ସେମାନେ ପୁଷ୍ଟିକର ଖାଦ୍ୟ ଉପାଦାନ ସହ ରାସନ ସାମଗ୍ରୀ ସାହାଯ୍ୟ କରି ଆସିଥିବା ଓ ପୌରପ୍ରଶାସନ ଚାହିଁଲେ ସେମାନେ ଆହୁରି ମଧ୍ୟ କୋଭିଡ ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ ।

Comments (0)
Add Comment