ବଲାଙ୍ଗୀର : ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଆଜି ସହର ସ୍ଥିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ନିର୍ମିତ ବସ ଟର୍ମିନାଲ ପରିଦର୍ଶନ କରି ଭିନ୍ନକ୍ଷମମାନଙ୍କ ପାଇଁ ସେଠାରେ ଉପଯୁକ୍ତ ବ୍ୟବସ୍ଥା କରିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡିର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।
ଜିଲ୍ଲା ପରିବହନ ପରିଚାଳକ,ଓଡିଶା ପୋଲିସ ହାଉସିଂ ବୋର୍ଡର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଏହି ଅବସରରେ କଲେଜ୍ ଛକ ନିକଟ ସାଇନ୍ଆଇ ଚର୍ଚ୍ଚ଼, ଘଣ୍ଟା ଘର ଓ ଜଗର୍ସ ପାର୍କ ଇତ୍ୟାଦି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । କିଛିଦିନ ପୂର୍ବରୁ ବଲାଙ୍ଗୀର ଠାରେ ବିଜୁ ଛାତ୍ର ଓ ଯୁବ ସମ୍ମିଳନୀ ଆୟୋଜିତ ହୋଇଥିଲା । ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଶୁସାନ୍ତ ସିଂ ଓ ଜିଲ୍ଲା ବିଜେଡି ସଭାପତି ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ଯୋଗଦାନ କରିଥିଲେ ।ସମ୍ମିଳନୀ ପରେ କଳିକେଶଙ୍କ ପରିଦର୍ଶନ ପରେ ବିଜେଡି ମହଲ ଚଳଚଞ୍ଚଳ ହୋଇଥିବା ଜଣାପଡିଛି । କଳିକେଶଙ୍କ ନେତୃତ୍ୱରେ ବିଜେଡି ବଲାଙ୍ଗୀର ମୁନସିପାଲଟି ନିର୍ବାଚନ ଲଢିବ ଓ କଡା ଟକ୍କର ହେବ ବୋଲି ଆଲୋଚନା ହେଉଛି ।