ପାଟନା : ଶୀର୍ଷକ ପଢି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଇଥିବେ, କିନ୍ତୁ ଏହା ସତ । ଏମିତି ଏକ ଘଟଣା ଘଟିଛି ବିହାରର କାଟିହାରର ଆଜାମନଗର ବ୍ଲକ୍ ପାଷ୍ଟିଆ ଗ୍ରାମରେ । ଏହି ଗ୍ରାମର ଦୁଇ ଛାତ୍ର ଏବେ ଗାଁ ସ୍କୁଲରେ ଅଧ୍ୟାୟନ କରୁଛନ୍ତି । ଏମାନଙ୍କ ପାଖରେ ନା ଅଛି ସ୍କ୍ରାଚ୍ କୁପନ ନା ଭାଗ୍ୟଶାଳୀ । ଏମିତି କି ଏହି ଗ୍ରାମ ଲୋକଙ୍କର କନ୍ ବନେଗା କୋରଡପତି ଗେମ୍ ସହିତ ମଧ୍ୟ କାହାରି ସଂପର୍କ ନାହିଁ । ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କରେ ଖାତା ଖୋଲିଥିବା ଷଷ୍ଠ ଶ୍ରେଣୀର ନିତାଇ କୁମାର ବିଶ୍ୱାସଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬କୋଟି ୨୦ ଲକ୍ଷ ୧୧ ହଜାର ଓ ଗୁରୁଚରଣ ବିଶ୍ୱାସଙ୍କ ଆକାଉଣ୍ଟକୁ ୯୦କୋଟି ୫୨ଲକ୍ଷ ୨୧ ଶହ ୨୨୩ ଟଙ୍କା ହଠାତ୍ ଆସିଥିଲା । ଏହା ଦେଖି ଉଭୟେ ତାଜୁବ ହୋଇଯାଇଥିଲେ ।
ଏ ବିଷୟରେ ପରିବାର ଲୋକଙ୍କୁ କହିବା ପରେ ସେମାନେ ଗାଁରେ ଥିବା ଇଣ୍ଟରନେଟ୍ ସେଣ୍ଟରକୁ ଯାଇ ଆକାଉଣ୍ଟ ଯାଞ୍ଚ କରିଥିଲେ, ସେଥିରେ ମଧ୍ୟ ତାହା ଦେଖାଇଥିଲା । ଏହା ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ସମଗ୍ର ଗ୍ରାମରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି । ଗ୍ରାମର କେତେକ ଲୋକ କହିଛନ୍ତି ଯେ, ଏ ବିଷୟରେ ଆମେ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ ସେମିତି କିିଛି ଦେଖାଉନାହିଁ । ପିଲାମାନେ କେବଳ କାଗଜପତ୍ରରେ କୋଟିପତି ହୋଇଛନ୍ତି ।