ଭବାନୀପାଟଣା:ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାଣିଜ୍ୟ ପରୀକ୍ଷାରେ ଭବାନୀପାଟଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଇଶିକା ଲାଠ ୫୫୨ ଅଙ୍କ ରଖି କଳାହାଣ୍ଡି ଜିଲ୍ଲା ଟପର ହୋଇଛନ୍ତି । ବାଣିଜ୍ୟରେ ମୋଟ ୪୭ଜଣ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୩ ଜଣ ୯୦ରୁ ଅଧିକ ରଖିଥିବା ବେଳେ ୫୦୦ମାର୍କରୁ ଉର୍ଦ୍ଧ୍ୱ ୯ଜଣ ଛାତ୍ରଛାତ୍ରୀ ରଖିଛନ୍ତି । ଏହା ସହିତ ୩୭ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେହିପରି ବିଜ୍ଞାନ ପରୀକ୍ଷାରେ ଶୁଭଲଷ୍ମୀ ପାଢ଼ୀ ୯୦ରୁ ଅଧିକ ନମ୍ବର ରଖି ବିଜ୍ଞାନ ଷ୍ଟ୍ରିମରେ କଲେଜ ଟପ୍ପର ହୋଇଛନ୍ତି । ୧୬୪ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିବା ବେଳେ ୧୪୦ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସମସ୍ତ ୯୦% ରୁ ଅଧିକ ରଖିଥିବା ଛାତ୍ରଛାତ୍ରୀଙ୍କୁ କଲେଜ ପରିସରରେ କତ୍ତୃପକ୍ଷଙ୍କ ଦ୍ୱାରା ସମ୍ବର୍ଦ୍ଧନା କରିବା ସହିତ ଉପଲବଧି ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ଏହି ସମାରୋହରେ ସଂସ୍ଥାର ନିର୍ଦ୍ଦେଶକ ଡ଼ି. ରାମ କୁମାର ଉପସ୍ଥିତ ରହି ସଫଳତା ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉଧବୋଧନ ଦେଇ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସଂସ୍ଥାର ଅଧ୍ୟକ୍ଷ ଯୁବରାଜ ନାୟକ ଛାତ୍ରଛାତ୍ରୀ ଏବଂ ଅଭିବାକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ କଲେଜର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।