ବାଇକ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ

ବୌଦ୍ଧ,୩୦/୬- ବଉଦ ସହର ଗାନ୍ଧୀଛକ ନିକଟରୁ ବାଇକ ଡିକି ଭାଙ୍ଗି ଲୁଟେରା ମାନେ ୪୦ ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ବଘିଆପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମର ବଉଦି ବେହେରା ନାମକ ଜଣେ ଚାଷୀ ଜମାଖାତାକୁ ଆସିଥିବା ଡାଳୁଅ ଧାନ ବିକ୍ରୀ ଟଂକା ଉଠାଣ ପାଇଁ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସଦର ଶାଖାକୁ ଆସିଥିଲେ l ନିଜ ଜମା ଖାତାରୁ ୪୦ ହଜାର ଟଙ୍କା ଉଠାଣ କରି ନିଜ ବାଇକ ଡିକିରେ ରଖି ଗାନ୍ଧୀଛକ ନିକଟ ଏକ ଲୁହା ଦୋକାନକୁ ଆସିଥିଲେ l ଦୋକାନ ସାମ୍ନାରେ ବାଇକ ରଖି କିଛି ସାମଗ୍ରୀ କ୍ରୟ କରୁଥିବା ବେଳେ କେହି ଦୁର୍ବୃତ୍ତ ତାଂକର ବାଇକ ଡିକିରୁ ୪୦ ହଜାର ଟଙ୍କା ନେଇଯାଇଥିବା ଜଣାପଡିଥିଲା l ସେ ତୁରନ୍ତ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ |

ଲୁହା ଦୋକାନରେ ସିସିଟିଭ ଲାଗିଥିବାରୁ ଜଣା ପଡିଛି ଯେ ଦୁଇ ଜଣ ଲୁଟେରା ତାଙ୍କୁ କୋ-ଅପରେଟିଭ ବ୍ୟାଙ୍କ ନିକଟରୁ ପିଛା କରି ଆସି ତାଂକର ଅନ୍ୟମନସ୍କତାର ସୁଯୋଗ ନେଇ ଡିକି ଭାଙ୍ଗି ଟଂକା ଲୁଟି ନେଇଛନ୍ତି l ବଉଦି ଜଣେ ଗରିବ ଚାଷୀ ଓ ବଘିଆପଡା ସେବା ସମବାୟ ସମିତିରୁ ଋଣ ନେଇ ରବି ଧାନ କରିଥିଲେ | ତାଂକର ଧାନ ବିକ୍ରୀ ଟଂକା ଲୁଟ ହେବା ପରେ ସେ ବର୍ତ୍ତମାନ ହତାଶ ହୋଇ ପଡିଛନ୍ତି l ଅଭିଯୋଗ ପାଇବା ପରେ ସିସିଟିଭି ଫୁଟେଜ ଆଧାରରେ ବୌଦ୍ଧ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି l

Comments (0)
Add Comment