ବାଇକ୍‌ ଦୁର୍ଘଟଣାରେ ଜଣେ ଆହତ

ଘୁ ଉଦୟଗିରି: ଗ୍ରେସିଙ୍ଗିଆ ନିକଟରେ ଶିବରାମ ଦଳବେହେରା (୩୮)ଙ୍କର ଓଡ଼ି ୧୨ ଏ ୮୨୮୫ ନମ୍ୱର୍‌ ବିଶିଷ୍ଟ ଏକ ବାଇକ୍‌ ଦ୍ୱାରା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ସ୍ଥାନୀୟ ବ୍ଲକ ଅଧିନରେ ଥିବା ଗ୍ରେସିଙ୍ଗିଆ ପଞ୍ଚାୟତର କାକାମାହା ଗ୍ରାମର ଶିବରାମ ଦଳବେହେରା ଘୁ ଉଦୟଗିରି ଆସି ନିଜ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରେଇ ବାଇକ୍‌ ଦ୍ୱାରା ପଥରରେ ବାଜିବା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ଇଲେକ୍ଟ୍ରିକାଲ କାମ କରନ୍ତି । କୌଣସି କାମରେ ସେ ଘୁ ଉଦୟଗିରି ଆସି ନିଜ ଗ୍ରାମକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଗୋଟିଏ ଅଟୋ ସାହାଯ୍ୟରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । ତାଙ୍କର ମୁଣ୍ଡରେ ଓ ନାକରେ ଗଭୀର ଆଘାତ ହୋଇଥିବା ଯୋଗୁଁ ରକ୍ତ ବନ୍ଦ ହେଉ ନ ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।

Comments (0)
Add Comment