ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ବାଇକ ଚାଳକ ମୃତ

ଭୁବନ:ଆଜିସକାଳ ୮ ଘଟିକାସମୟରେଜଣେବାଇକ ଚାଳକ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ମୃତ୍ୟୁବରଣ କରିଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗଁନ୍ଦିଆ ଥାନା ଚିରୁଳେଇ ଗ୍ରାମର ଅଲେଖ ସାହୁଙ୍କ ପୁଅ ଅନ୍ତର୍ଯ୍ୟାମୀ ସାହୁ (୪୫) ଆଜି ସକାଳେ ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମକୁ ଯାଇ ବାଇକରେ ଫେରୁଥିବା ବେଳେ କଣପାଳ ନିକଟସ୍ଥ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ନିଜର ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ଛିଟିକି ପଡିଥିଲେ । ଏ ସଂପର୍କରେ ଖବର ପାଇ ଅଗ୍ନିଶମ ସଂସ୍ଥା କର୍ମଚାରୀ ତାଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତି କରିଥିଲେ । ମୁଣ୍ଡରେ ଶକ୍ତ ଆଘାତ ଓ ପ୍ରଚୁର ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିଲ।। ମୃତକ ଅନ୍ତର୍ଯ୍ୟାମୀ ଢେଙ୍କାନାଳ ସ୍ଥିତ ଇ-ଟେକନୋଲୋଜିରେ କାମ କରୁଥିଲେ ଓ ସେ ଆଡମିଶନ ପାଇଁ ଛାତ୍ରଛାତ୍ରୀ ଯୋଗାଡ କରିବାକୁ ଆସିଥିଲେ ବୋଲି ଜଣା ପଡିଛି ।

Comments (0)
Add Comment