ଦଶଦିନ ହେଲା ବିଞ୍ଜଗଡ ଗାଁ ଅନ୍ଧାରରେ

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଞ୍ଜଗଡ ଗ୍ରାମରେ ଆଜକୁ ଦଶ ଦିନ ହେବ ବିଦ୍ୟୁତ୍ ଟ୍ରାନସ୍ଫର୍ମର ପୋଡି ହୋଇଥିବାରୁ ଗ୍ରାମ ବାସୀ ଅନ୍ଧାରରେ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ବର୍ତ୍ତମାନ ଲଗାଣ ବର୍ଷା ଓ ବର୍ଷା ଋତୁରେ ନଦୀ ନାଳ, ଗାଡ଼ିଆ ପୋଖରୀ ବିଲରେ ପାଣି ଜମି ରହୁଥିବାରୁ ଘର ମୁଁହା ହେଉଛନ୍ତି ବିଷଧର ସରୀସୃପ l ବଣ ପାହାଡିଆ ଉକ୍ତ ଗାଁ ରେ ବିଦ୍ୟୁତ ବ୍ୟାହତ ହୋଇ ଥିବାରୁ ବିଷାକ୍ତ ସରୀସୃପ ଭୟରେ ଗାଁଲୋକେ ରହୁଥିବା ଗ୍ରାମର ଲବ ପାତ୍ର, ଗଜି ପାତ୍ର, ଆର୍ତ୍ତ ବନ୍ଧୁ ସାହୁ ପ୍ରମୁଖ ଅଭିଯୋଗ କରିବା ସହିତ ଚାରିଛକ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଜଣାଇ ଥିଲେ l ଏହି ଗାଁରେ 30ରୁ ଉର୍ଦ୍ଧ ଉପଭୋକ୍ତା 10 ଦିନରୁ ଉର୍ଦ୍ଧ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରି ନାହାଁନ୍ତି। ତେଣୁ ଏ ଦିଗରେ ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟୁତ୍ ଟ୍ରାନସ୍ଫରମର ଯୋଗେଇ ଦେବା ପାଇଁ ଗ୍ରାମ ବାସୀ ଦାବୀ କରିଛନ୍ତି।

Comments (0)
Add Comment