ସାଲେପୁର: ବ୍ରହ୍ମ କମଳ ଏକ ବିରଳ ଫୁଲ,ଯାହା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ବୋଲି ପୌରାଣିକ ମତ ଅନୁସାରେ ଉଲ୍ଲେଖ ଅଛି । ରାତିରେ ଏହି ଫୁଲ ଫୁଟି ଦିନରେ ମଉଳି ଯାଏ । ଏହି ଧଳା ରଙ୍ଗର ଫୁଲଟି ପ୍ରଭୁ ନାରାୟଣଙ୍କ ଭାରି ପ୍ରିୟ । ତେଣୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଫୁଲ ଅର୍ପଣ କରାଯାଏ ।ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଚନ୍ଦ୍ରାଦେଇପୂର୍ ପଂଚାୟତ ଥାନା ରୋଡରେ ରହୁଥିବା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ବଗିଚାରେ । ପ୍ରାୟ ଦୁଇ ବର୍ଷ ହେବ ଶ୍ରୀ ବେହେରା ଏହି ଫୁଲ ଗଛଟିକୁ ବେଶ ଯତ୍ନ ସହକାରେ ରଖିଥିଲେ ।ସେହି ଗଛରେ ଦୁଇଟି ଫୁଲ ଫୁଟି ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଫୁଲଟିକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅର୍ପଣ କରିଥିଲେ ।ଏହି ବିରଳ ବ୍ରହ୍ମ କମଳ ଫୁଲ ଶ୍ରୀ ବେହେରାଙ୍କ ବଗିଚାରେ ଫୁଟି ଥିବା ଦୃଶ୍ୟ ଦେଖି ସ୍ଥାନୀୟ ଜନସାଧାରଣଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।