ସହାୟତା ଅପେକ୍ଷାରେ ବିଶ୍ୱନାଥ

ଦଶପଲ୍ଲା : ବେସାହାରା ବିଶ୍ୱନାଥ, ନା ପାଖରେ ଅଛି ଧନବଳ ନା ଅଛି ଜନବଳ । ଗୋଟିଏ ବୋଲି ପୁଅ ବିବାହ ପରେ ଦୀର୍ଘ ୨୦ ବର୍ଷ ହେଲା ବାହାରେ ରହି ଆସୁଛି । ଏପଟେ ଅସହାୟ ହୋଇ ପଡ଼ିଥିବା ବେଳେ ବାର୍ଦ୍ଧକ୍ୟାବସ୍ଥାରେ ଦାଉ ସାଧୁଛି ରୋଗ । ପ୍ରାୟ ୫ ବର୍ଷ ହେଲା ଗଳଗଣ୍ଡ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶେଷରେ ଅସ୍ତ୍ରୋପଚାର ପାଇଁ ପାଖରେ କାଣି କଉଡିଟିଏ ନଥିବାରୁ ଏବେ ଭଗବାନଙ୍କ ଉପରେ ଭରସା କରି ରହିଛନ୍ତି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚ଼ାୟତ ପୋଇବାଡି ସ୍ଥିତ ନୂଆସାହି ଗ୍ରାମର ବିଶ୍ୱନାଥ ବେହେରା । ଗୋଟିଏ ପୁଅ ଓ ୨ ଝିଅକୁ ନେଇ ତାଙ୍କ ସଂସାର ମୂଲମଜୁରୀ କରି ପରିବାର ଚଳାଇ ଆସୁଥିବା ବେଳେ ଶେଷରେ ୨ ଝିଅ ଓ ପୁଅର ବିବାହ କରିଥିଲେ । ଶେଷ ଜୀବନଟା ଶାନ୍ତିରେ କାଟିବା ପାଇଁ ଆଶା ରଖିଥିଲେ । ହେଲେ ପୁଅ ବିବାହ ପରେ ସେ ଘରୁ ଚାଲିଯାଇଥିଲା । ଯାହାକୁ ନେଇ ସେ ଓ ପତ୍ନୀ ଡାଙ୍ଗୀ ବେହେରା ଅସହାୟ ହୋଇ ପଡିଥିଲେ । ଅଳ୍ପ ଜମିବାଡି ରହିଥିବା ବେଳେ ସେଥିରେ ବର୍ଷସାରା ଚଳିବା କଷ୍ଟକର ହୋଇ ପଡ଼ୁଛି । ପୁଅ ନପଚାରିବାରୁ ବଡଝିଅର ଏକ ପୁଅକୁ ଆଣି ପାଖରେ ରଖିଛନ୍ତି । ଝାଟିମାଟି କୁଡିଆଘରେ ଦିନ ବିତୁଥିବା ବେଳେ ବହୁ ଅଭିଯୋଗ ପରେ ଶେଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡେ ମିଳିଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ୧୫କିଗ୍ରା ଚାଉଳ ମିଳୁଛି । ହେଲେ ବିଶ୍ୱନାଥ ଯେତେବେଳେ ଗଳଗଣ୍ଡ ରୋଗରେ ଆକ୍ରାନ୍ତ ହେଲେ ଦଶପଲ୍ଲାଠାରୁ ଆରମ୍ଭ କରି ନୟାଗଡ ଓ ଭୁବନେଶ୍ୱର ଯାଇ ସରକାରୀ ଓ ବିଭିନ୍ନ ଘରୋଇ ହସ୍ପିଟାଲୁ ଚିକିତ୍ସିତ ହେଲେ । ଧାର କରଜ କରି ବହୁ ଚିକିତ୍ସିତ ପରେ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ୧୮ ହଜାର ଟଙ୍କା ନଥିବାରୁ ହୋଇପାରିଲାନି ଅସ୍ତ୍ରୋପଚାର ଦେଇଥିଲେ । ସେଥିପାଇଁ ଆବଶ୍ୟକ ୧୮ ହଜାର ଟଙ୍କା ଜମା କରିବା ପାଇଁ କହିଥିଲେ । ମାତ୍ର ପାଖରେ ଟଙ୍କା ନଥିବା ହେତୁ ଦିନେ କି ଦୁଇ ଦିନ ମଧ୍ୟରେ ଦେବାକୁ କହିଥିଲେ । ହେଲେ ଡାକ୍ତର ମନା କରି ଦେବାରୁ ନିରାଶ ହୋଇ ଘରକୁ ଚାଲି ଆସିଥିବା ବିଶ୍ୱନାଥ ପ୍ରକାଶ କରିଛନ୍ତି । ଏବେ ହାତରେ ଟଙ୍କାଟିଏ ନଥିବାରୁ ବଦାନ୍ୟ ବ୍ୟକ୍ତି ଓ ସରକାରୀ ସହାୟତା ଲୋଡିଛନ୍ତି ବିଶ୍ୱନାଥ ।

Comments (0)
Add Comment