୪୧ ଯୁଗ୍ମ ସଂପାଦକ ଓ ୪୫ ସଂପାଦକଙ୍କୁ ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଦଳର ୪୧ଜଣଙ୍କୁ ଯୁଗ୍ମ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ସହିତ କିଏ କେଉଁ ବିଭାଗରେ ଦାୟିତ୍ୱ ନେବେ ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି । ସେହିପରି ୪୫ଜଣଙ୍କୁ ଦଳର ସଂପାଦକ ଭାବେ ନବୀନ ନିଯୁକ୍ତି ଦେଇଛନ୍ତି । ଏମାନଙ୍କୁ ମଧ୍ୟ ବିଭିନ୍ନ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେବା ସହିତ ନିଷ୍ଠାର ସହିତ ଓଡିଶାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।
କିଶୋର ତରାଇ ଓ ସଂଘମିତ୍ରା ଦଳେଇ ଅନୁସୂଚୀତ ଜାତି ବିକାଶ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁଭବ ପଟ୍ଟନାୟକ,କେ.ଶାନ୍ତି ଓ ବିଷ୍ଣପ୍ରିୟା ଦାସଙ୍କୁ ନାରୀ ସଶକ୍ତିକରଣ ଦାୟିତ୍ୱ, ଅମରେଶ ପତ୍ରି ଓ ରଂଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ସେହିପରି ଅମରଜିତ ସେନାପତି, ବିଶ୍ୱଜିତ ସାମନ୍ତରାୟ ଓ ମନ୍ଦିକିନି କରଙ୍କୁ ଛାତ୍ର ବ୍ୟାପାର, ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ ମହାନ୍ତି, ସୁବାଷ ମହାରଣା ଓ ଶୈଳେଶ ଦାନିଙ୍କୁ ସଶକ୍ତ ଓଡିଶା ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ରବିନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ,ଶଶୀ ସାହୁ, ପ୍ରୟାସକାନ୍ତି ସାମଲ, ମରୁତ ପାଲଙ୍କୁ କଳା ,ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ ଦିଆଯାଇଛି ଏବଂ ଶେଖ ନିଜାମୁଦ୍ଦିନ ଓ ମହମ୍ମଦ ଡବ୍ଲୁ. ସକିଲଙ୍କୁ ସଂଖ୍ୟାଲଘୁ ବ୍ୟାପାର ; ଭୁବନେଶ୍ୱର କିଷାନ, ଭାରତୀ ସିଂ ଓ କୃଷ୍ଣଚନ୍ଦ୍ର ଦାସଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ସେହିପରି ସୁଭାଷ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ,ଶିଶିର ପାତ୍ର,ମୀରା ପରିଡାଙ୍କୁ ଓଡିଶା ମୋ ପରିବାର ଏବଂ ପୁଷ୍ପେନ୍ଦ୍ର ସିଂ ଦେଓ,ସରୋଜ କରଣ ଓ ଟି. ପ୍ରସାଦ ରାଓ ୋରାଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ସ୍ୱାଧୀନ ନାୟକ, କୁନା ବିହାରି ଦାସ,ସନ୍ତୋଷ ପଟ୍ଟନାୟକ ଓ ହର୍ଷ ବର୍ଦ୍ଧନ ସିଂଦେଓ, ରଂଜିତ ସାହୁଙ୍କୁ ଆଞ୍ଚଳିକ ବିକାଶ ଏବଂ ଉତ୍ତର ପାତ୍ର,ତପନ ଦାସ, କୃଷ୍ଣ ପଣ୍ଡା,ତ୍ରିନା ଗୋଏଲ ଓ ଚନ୍ଦ୍ରକାନ୍ତା ସାମଲଙ୍କୁ ପରିବେଶ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପକ୍ଷରେ ଦଳ ପକ୍ଷରୁ ମୋଟ ୪୧ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି । ଏହି ସଦସ୍ୟମାନେ ହେଲେ ସଂଜୟ ସାହୁ,ସଂଜିତ ମହାନ୍ତି,ଏମ.ଧନଞ୍ଜୟ ରେଡ୍ଡୀ, ସନ୍ତୋଷ ବେଜ,ସମୀର ପ୍ରଧାନ, ଦେବାଶୀଷ ସିଟ,ଜ୍‌ୟୋତି ରଂଜନ ଜେନା, ପୃଥୀରାଜ ସାହୁ,ପ୍ରକାଶ ଡାଙ୍ଗ, ଦେଜାଲିନ ମହାପାତ୍ର,ସ୍ୱରାଜ ଲକ୍ଷ୍ମୀ ସାମଲ, ରେଜୱାନ ବେଗମ, ସଂଘମିତ୍ରା ଜେନା, ସବିତା ମହାପାତ୍ର, ସବିତା ପ୍ରଧାନ, ଜାହିର ଖାଁ, ପ୍ରଦୀପ ବିଶୋଇ, ଚକ୍ରଧର ହେମ୍ବ୍ରମ, ଧର୍ମେନ୍ଦ୍ର ଅଧିକାରୀ, ଦିଲିପ ଧୁରିଆ, ଅବନୀ ରଂଜନ ଜୋଷୀ, ରାକେଶ ରାମ, କୈଳାଶ ରାଣା, ପ୍ରଶାନ୍ତ ନାୟକ, ଅଶୋକ ସାହୁ, ଜଗନ୍ନାଥ ଦାସ, ହରିଶଙ୍କର ରାଉତ,ତୁମ୍ବନାଥ ପଣ୍ଡା,ହିମାଂଶୁ ଦାସ, ସତ୍ୟ ରଂଜନ ଦାସ, ରାଜକମଲ ଜେନା, ଜ୍ଞାନଗିରି ଗୋସ୍ୱାମୀ, ପୁଲକ ମହାନ୍ତି, ରାକେଶ ପଣ୍ଡା, ଗତିକୃଷ୍ଣ ନନ୍ଦ, ତନ୍ମୟ ସ୍ୱାଇଁ, କିଶୋର ନାୟକ, ରଂଜିତ ରାୟ, ରାଜେଶ ପଣ୍ଡା, ରୁଦ୍ର ସାମନ୍ତରାୟ ଓ ଦିପ୍ତିକାନ୍ତ ପରିଜା ।

Comments (0)
Add Comment