ବିଜେଡି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ବର : ୧୮ଟି ଜିଲ୍ଲା ପାଇଁ ବିଜେଡି ସଭାପତିଙ୍କ ନାମ ଘୋଷଣା ହୋଇଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ଅନୁଗୁଳ ଜିଲ୍ଲା ପାଇଁ ବ୍ରଜକିଶୋର ପ୍ରଧାନଙ୍କୁ ସଭାପତି କରାଯାଇଛି। ପୁରୀରେ ଉମା ସାମନ୍ତରାୟ, ବରଗଡ଼ରେ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ବାଇଁ, ବୌଦ୍ଧରେ ପ୍ରଦୀପ ଅମାତ, ଦେବଗଡ଼ରେ ରୋମାଞ୍ଚ ରଂଜନ ବିଶ୍ବାଳ, ଗଜପତିରେ ପ୍ରଦୀପ ନାୟକ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି, ଯାଜପୁରରେ ସରୋଜ ମହାପାତ୍ର, ଝାରସୁଗୁଡ଼ାରେ ହରୀଶ ଗଣ୍ଡତ୍ରା, କନ୍ଧମାଳରେ ପଦ୍ମନାଭ ବେହେରା, ମାଲକାନଗିରିରେ ମାନସ ମାଡ଼କାମୀ, ମୟୂରଭଂଜରେ ସୁଦାମ ମାରାଣ୍ଡି, ନୟାଗଡରେ ରମେଶ ବେହେରା, ନୂଆପଡ଼ାରେ ଅବନୀ ଯୋଶୀ, ସୁବର୍ଣ୍ଣପୁରରେ ସରୋଜ କମ୍ପ, ନବରଂଗପୁରରେ ମନୋହର ରନ୍ଧାରୀ ଓ ‌ସୁନ୍ଦରଗଡ଼ରେ ଯୋଗେଶ ସିଂଙ୍କୁ ସଭାପତି କରାଯାଇଛି।  

Comments (0)
Add Comment