୧୦ନଂ ଜୋନରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ/କୁକୁଡ଼ାଖଣ୍ଡି: କୁକୁଡ଼ାଖଣ୍ଡି ବ୍ଲକର ୧୦ନଂ ଜୋନରେ ଶନିବାର ଦିନ ଗୋପାଳପୁର ବିଜେଡି ପକ୍ଷରୁ ୨୬ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି କାର୍ଯ୍ୟକ୍ରମକୁ ଲୋଚାପଡା ସ୍ଥିତ କାଳୀ ମନ୍ଦିର ପାର୍ଶ୍ୱ ପଡ଼ିଆ ଠାରେ ଆୟୋଜିତ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସଭାପତି ଡ଼ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର,ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍‌ ଉଷା ରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍‌ ରାଜେଶ୍ୱରୀ ଦୋରା, ଡେପୁଟି ମେୟର ଇ. ବିବେକ ରେଡି, ୧୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ,ଏମପି ପ୍ରତିନିଧି ପ୍ରଦୀପ କୁମାର ମଲଣା,ଜିଲ୍ଲା ଯୁବ ସଭାପତି ଭବାନୀକାନ୍ତ ସାହୁ,ଛାତ୍ର ସଭାପତି ପ୍ରଶାନ୍ତ ପଣ୍ଡା,ସମ୍ପାଦକ ମନୋଜ ସାମଲ,ସମାଜସେବୀ ଏ.ସନ୍ତୋଷ ପାତ୍ର,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସୁକାନ୍ତି ସାହୁ,ବରିଷ୍ଠ ବିଜେଡି ନେତା ସୁରେଶ ସାହୁ, ପଞ୍ଚାନନ ସାହୁ, ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ନାୟକ,ଦଣ୍ଡପାଣି ସାହୁ,ଗୁରୁଣ୍ଠି ସରପଞ୍ଚ ବି.ମାଗତା ପାତ୍ର, ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ,ଆଙ୍କୁଶପୁର ସରପଞ୍ଚ ମୁରଲୀ ସେଠି, ସମିତି ସଭ୍ୟ ସୁନିତା ସେଠି, ହୁଗୁଳାପଟା ସରପଞ୍ଚ ବି. ବାପେୟା, ସୁରେଶ ସେଠି, ପୂର୍ବତନ ମସିହାଖାଲି ସରପଞ୍ଚ ନରସିଂହ ସାହୁ,ଦିଲେଶ୍ୱର ରେଡି, ଅଜିତ ଦାସ, ରାମହରି ପାତ୍ର, ପୂର୍ବତନ ଲୁଚାପଡା ସରପଞ୍ଚ ମିନତୀ ବେହେରା, ପୂର୍ବତନ ଗୁରୁଣ୍ଠି ସରପଞ୍ଚ ମିନତୀ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ହେଲେ ପୂର୍ବ ସୂଚନା ଅନୁଯାୟୀ ଶନିବାର ସକାଳ ୧୦ଟାରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦଳ ପକ୍ଷରୁ ସମସ୍ତ ବିଜେଡି କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସାଢେ ୧୨ଟା ପର୍ଯ୍ୟନ୍ତ କିଛି ହାତ ଗଣତି ନେତା ଓ କର୍ମୀ ଉପସ୍ଥିତ ରହିଥିବା ବେଳେ ଅନ୍ୟ କୌଣସି ଦଳୀୟ କର୍ମୀଙ୍କର ଦେଖା ମିଳିନଥିଲା । ଫଳରେ ସଭା ଖାଲି ଖାଲି ଲାଗୁଥିଲା । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଏସଏସଜି ଗ୍ରୁପ ମହିଳାଙ୍କୁ ଖବର ଦିଆଯାଇଥିଲା । ଏବଂ ଖବର ପାଇବାର କିଛି ସମୟ ମୁହୂର୍ତ୍ତରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଆସି ସଭା ସ୍ଥଳରେ ଯୋଗ ଦେଇଥିଲେ । ଏହା ପରେ ବିଜେଡିର ପ୍ରତିଷ୍ଠତା ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତିନିଧି ଅଜିତ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଜେଡି ଜିଲ୍ଲା ସଭାପତି ନିଜ ବକ୍ତବ୍ୟରେ କହିଥିଲେ ଯେ, ମହିଳା ଜାଗ୍ରତ ହେଲେ ଦଳ ଆଗେଇବ । କାହିଁକି ନା ବିଜୁ ବାବୁ କହିଥିଲେ ପୁରୁଷଙ୍କୁ ଯେତିକି ଅଧିକାର ଅଛି ମହିଳା ମାନଙ୍କୁ ମଧ୍ୟ ସେତିକି ଅଧିକାର ଦିଆଯିବା ଉଚିତ ବୋଲି କହିବା ସହ ସ୍ଥାନୀୟ ବିଧାୟକଙ୍କ କଥାରେ ନଭାସି ବିଜେଡି ଦଳକୁ ସୁଦୃଢ କରିବା ପାଇଁ କହିଥିଲେ । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟାଟା କମ୍ପାନୀରେ ଚାକିରୀ କରାଇବା ନା ରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ । ଏବଂ ଉକ୍ତ ଟଙ୍କାରେ ନିଜ ଝିଅ ଓ ଜ୍ୱାଇଁ ଙ୍କୁ ସାଙ୍ଗରେ ଧରି ଚାର୍ଟାଡ଼ ଫ୍ଲାଇଟ୍‌ ରେ ମୁମ୍ବାଇ,ପୁନେ ବୁଲିବାକୁ ଯାଇ ମଉଜ ମସ୍ତି କରିଥିଲେ ବୋଲି କହିଥିଲେ । ସେହିଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ବିଜୁ ବାବୁ ଓ ନବୀନ ବାବୁଙ୍କ ଭଳି ମହାନ ନେତା ପାଇବା ଓଡ଼ିଶା ପାଇଁ ଗର୍ବ ଓ ଗୌରବ କହିବା ସହ ଘରେ ଘରେ ଚାଲିଥିବା ହିଂସାକୁ ରୋକିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହିଁ ଆଗେଇ ଆସିବା ଦରକାର ବୋଲି କହିଥିଲେ । ଏହି ସମୟରେ ଜଣେ ଯୁବକ ଷ୍ଟେଜ ନିକଟକୁ ଆସି ବିଜେଡି ସରକାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କଣ ଉନ୍ନତି କରିଛି ବୋଲି ପ୍ରଶ୍ନ କରିଥିଲେ । ହେଲେ ସଭା ସ୍ଥଳରେ ଉପସ୍ଥିତ କିଛି ଯୁବ କର୍ମୀ ତାଙ୍କୁ ଷ୍ଟେଜ ନିକଟରୁ ଚାଲିଯିବା ପାଇଁ ତାଗିତ କରିଥିଲେ । ପରିଶେଷରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଡ଼ଃ ଗୋପବନ୍ଧୁ ଦାସ ବର୍ତ୍ତମାନ ମହିଳା ମାନଙ୍କୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ବର୍ତ୍ତମାନ ୭୬%ମହିଳା ବିଭିନ୍ନ ପଦପଦବୀରେ ରହିଛନ୍ତି । ବିଜେଡିର ୨୫ ବର୍ଷ ସରକାରରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଜନସାଧାରଣଙ୍କୁ ବହୁତ ସୁନ୍ଦର ଭାବେ ଉପସ୍ଥାପନା କରାଇବା ସହ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଡା. ଗୋପବନ୍ଧୁ ଦାସ କହିଥିଲେ ।ଏହି ଅବସରରେ ସ୍ଥାନୀୟ ଜନ ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର, ମହିଳା ,ବରିଷ୍ଠ କର୍ମୀ, ସଦସ୍ୟ ମାନେ ଯୋଗ ଦେଇଥିଲେ ।

Comments (0)
Add Comment