ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଓ କିଶୋରନଗର ବ୍ଲକ ବିଜୁ ମହିଳା ଦଳ ମିଳିତ ଭାବେ ଆଜି ତୈଳ ଦର, ଗ୍ୟାସ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦ ଜଣାଇଥିଲେ । ଏହି ଅବସରରେ ଆଠମଲ୍ଲିକର ମା ମହେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଭୁଲ ଆର୍ଥିକ ପରିଚାଳନା ନୀତିଯୋଗୁଁ ହୁ ହୁ ହୋଇ ବିଭିନ୍ନ ସାମଗ୍ରୀ ଦରଦାମ ବଢିଚାଲିଛି ଯାହା ଫଳରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଉପସ୍ଥିତ ଥିବା ଉକ୍ତ ପ୍ରତିବାଦ ସଭାରେ ବିଜୁ ଜନତା ଦଳର ସଭା ନେତ୍ରୀ ଶ୍ରୀମତୀ ବିଦ୍ୟୁତଲତା ପ୍ରଧାନ କହିଛନ୍ତି କି କେନ୍ଦ୍ର ସରକାର ଗୋଟେ ଗରିବ ମାରଣ ସରକାର, ଗ୍ୟାସ ଦର ବୃଦ୍ଧି କରି ଦେଶର ମହିଳା ମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ତାଙ୍କ ଅଭିଭାଷଣରେ କହିଛନ୍ତି କେନ୍ଦ୍ର ସରକାରଙ୍କ ଭୁଲ ଆର୍ଥିକ ପରିଚାଳନା ନୀତିକୁ ଯଥା ଶୀଘ୍ର ସଂଶୋଧନ କରିବା ଜରୁରୀ । ଆଗାମୀ ଦିନରେ ସମଗ୍ର ରାଜ୍ୟର ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ । ଏହି ପ୍ରତିବାଦ ସଭାରେ କିଶୋରନଗରର ବ୍ଲକ ଅଧକ୍ଷା ବବିତା ପ୍ରଧାନ । ଆଠମଲ୍ଲିକ ବ୍ଲକର ଅନେକ ମହିଳା କର୍ମୀଙ୍କ ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟ କରି ସଭ୍ୟସଭ୍ୟା, ଶତାଧିକ କର୍ମୀ ଯୋଗ ଦେଇଥିଲେ ।