ଡ଼ା. ପାଣିଗ୍ରାହୀ ସାଧାରଣ ସମ୍ପାଦକ ମନୋନୀତ

ସମ୍ବଲପୁର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଙ୍ଗଠନିକ ବ୍ୟବସ୍ଥାରେ ୩୬ଜଣଙ୍କୁ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି । ଏଥିରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ସାଧାରଣ ସମ୍ପାଦକ ଭାବେ ଆଞ୍ଚଳିକ ବିକାଶ ଦାୟିତ୍ୱ ପ୍ରଦାନ କରାଯାଇଛି । ଡା. ପାଣିଗ୍ରାହୀ ଏଥିନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦଳ ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟକରି ଏହି ଦାୟିତ୍ୱ ପ୍ରଦାନକରି ଥିବାରୁ ସେ ଏହାକୁ ସୁଚାରୁ ରୂପେ ତୁଲାଇବା ସହ ଦଳର ସଙ୍ଗଠନକୁ ଆହୁରି ମଜଭୁତ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ ଡ଼ା ପାଣିଗ୍ରାହୀଙ୍କ ନିଯୁକ୍ତିକୁ ଏଠାରେ ବିଭିନ୍ନ ମହଲରେ ସ୍ୱାଗତ କରିବା ସହିତ ଅନେକ ଜିଲ୍ଲା ସ୍ତରୀୟ ପଦାଧିକାରୀ ଓ କର୍ମୀ ତାଙ୍କ ସହିତ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି ।

Comments (0)
Add Comment