ଗଞ୍ଜାମ/ପୋଲସରା : ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ ପୋଲସରା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପୋଲସରା ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ୨୫୦୦ରୁ ଉର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ସମେତ ବହୁ ନିର୍ବାଚନ ଜନପ୍ରତିନିଧି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଓଡିଶାର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବା ନିମନ୍ତେ ବିଜେପି ଓ କଂଗ୍ରେସ ଛାଡିଥିବା ନବାଗତ କର୍ମୀମାନଙ୍କୁ ସ୍ୱାଗତ କରିଥଲେ । ପୋଲସରା ନିର୍ବାଚନମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବିଜେପି ଦଳ ଛାଡି ଥିବା ଘୁମୁସର ଜିଲ୍ଲା ଯୁବ ସଭାପତି ପ୍ରମୋଦ ପଣ୍ଡା । ସେ ଜଣେ ସମାଜସେବୀ, ଯୁବ ସଙ୍ଗଠକ ଏବଂ ଆଗଧାଡିର ଟାଣୁଆ ନେତା ସେ ବିଜେଡିରେ ମିଶିବା ପରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ବିଜେଡି ଦଳ ପକ୍ଷରୁ ତାଙ୍କୁ ସମ୍ମୁଖର ସହିତ ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି । ବିଜେପି ତାଙ୍କୁ ଯେଉଁ ପରି ଅସମ୍ମାନ କରିଥିଲା ସେ ବିଜେଡିରେ ମିଶି ସଙ୍ଗଠନ ଜରିଆରେ ଦେଖାଇ ଦେଇଛନ୍ତି । ଏହା ସହିତ ତାଙ୍କୁ ଚିରିକିପଡା ଶାସନ ସରପଞ୍ଚ ଭାଗବାନ ସାହୁ ଏବଂ ଲଡୁ କିଶୋର ସାହୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ସମ୍ପାଦକ ଅଶୋକ କୁମାର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ ।