ପାରଳାଖେମୁଣ୍ଡି : ଗଜପତି ବିଜୁ ଜନତା ଦଳ ତରଫରୁ ଗତକାଲି ଉପଳଡା ଠାରେ ଦଳୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ ସୁଦୃଢ ହୋଇ କିପରି ସଫଳ ହୋଇପାରିବ ତାହାରି ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ଏକ ମିଶ୍ରଣ ପର୍ବରେ ଗୋଷାଣୀ ବ୍ଲକର ବାଘସଳା ପଞ୍ଚାୟତର, କଣ୍ଟ୍ରାଗଡ ପଞ୍ଚାୟତ, ରାସୁରୁ ଗ୍ରାମ, ଚନ୍ଦନ ଖଳା ଗ୍ରାମ ଓ ପାଟିକୋଟା ଗ୍ରାମର ୨୦୦ ରୁ ଅଧିକ ବିଜେପି ଓ କଂଗ୍ରେସର କର୍ମୀ ଦଳ ଛାଡି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ସ୍ୱଚ୍ଛତାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଯୁବ ସଭାପତି ଏସ. ଲିଙ୍ଗରାଜ, ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ ଗୋଷାଣୀ ବ୍ଲକର ବରିଷ୍ଠ ନେତା ବାଲା ଧନୁର୍ଜୟ, ନିର ଭୁୟାଁ, ଅଗରଖଣ୍ଡି ସରପଞ୍ଚ ଶିଶୀର ପ୍ରଧାନ ଦଳୀୟ ଉତ୍ତରୀୟ ଦେଇ କର୍ମୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲେ ।