ଗଠନ ହେଲା ବୌଦ୍ଧ ଜିଲ୍ଲା ବିଜେଡି କମିଟି,ଏହି ସବୁ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ବୌଦ୍ଧ ଜିଲ୍ଲାର ଜିଲ୍ଲା କମିଟି ଗଠନ କରିଛନ୍ତି । ଏନେଇ ବିଜୁ ଜନତା ଦଳ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବୌଦ୍ଧ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି ଭାବେ ସୁବୋଧ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଥିବା ବେଳେ ଉପସଭାପତି ଭାବେ ୬ଜଣ, ସାଧାରଣ ସମ୍ପାଦକ ଭାବେ ୬ଜଣ ଓ ସମ୍ପାଦକ ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

Comments (0)
Add Comment