କଣ୍ଟାବାଞ୍ଜି : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ବିଜେଡି ଦଳର ଜନ ସମ୍ପର୍କ ଓ ସ୍ୱଚ୍ଛତା ଅଭିଯାନ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ମାସେ ଯାଏ ଚାଲିବ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସମ୍ପାଦକ ଫିରୋଜ ଖାନ । ବିଭିନ୍ନ ବ୍ଲକ, ପଞ୍ଚୟତ ସମେତ ଅନେକ ଗାଁ ଗଣ୍ଡା ବୁଲି ଲୋକମାନଙ୍କୁ ସାକ୍ଷାତ କରିବା ସଂଗେ ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଉପରେ ଲୋକମାନଙ୍କୁଠାରୁ ପଚାରି ବୁଝିବା, ସରକାରୀ ଅନୁଷ୍ଠାନ, ହସ୍ପିଟାଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ସଚେତନତା ଜାଗୃତ କରିବା, ରୋଗୀ ଓ ବୃଦ୍ଧମାନକୁ ଆବଶ୍ୟକୀୟ ସହାୟତା ଯୋଗାଇବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ରକ୍ତ ଅଭାବରୁ ଜୀବନ ରକ୍ଷା ପାଇଁ ରକ୍ତଦାନ ଶିବିର ମଧ୍ୟ ରହିଛି ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ୧୬ ତାରିଖ ଦିନ ମୁରିବାହାଲ ଓ ମାସର ଶେଷ ଦିନ ତୁରିକେଲା ରେ ମଧ୍ୟ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ରହିବ, କୋଭିଡ କଟକଣା ଯୋଗୁ ଅଭିଯାନ ସୀମିତ ଲୋକ ସଂଖ୍ୟା ଉପସ୍ଥିତିରେ ହେବ ଦଳ ପକ୍ଷରୁ ପ୍ରକାଶ କରାଯାଇଛି ।