ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ସଂପର୍କରେ ରାଜ୍ୟ ବିଜେପି ସଭାପତିଙ୍କ ପ୍ରେସ ମିଟ୍‌

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ସରକାରଙ୍କର ଘୋଟଲା ବିଷୟରେ ଆଜି ବିଜେପି ସଭାପତି ସମୀର ମହାନ୍ତି ବିଜେପି ପାର୍ଟି ଅଫିସରେ ମିଡ଼ିଆ ଙ୍କୁ ତଥ୍ୟ ଦେଇ କହିଥିଲେ ମୁର୍ତ୍ୟୁ ଲୋକ ଆବାସ ଯୋଜନାରେ ସାମିଲ ଅଛନ୍ତି । ଶ୍ରୀ ମହାନ୍ତି କହିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘୋଟଲା ହେଇଚି ଏହାକୁ ପୂର୍ବତନ ମନ୍ତ୍ରୀ ଏବଂ ସାଂସଦ ଜୋଏଲ ଓରାମ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ସାକ୍ଷାତ କାର ଦେଇ ଏହି ବିଷୟରେ ଅବଗତ କରି ଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱପ୍ନ ୨୦୨୨ରେ ସବୁ ଲୋକ ଘର ପାଇବେ କିନ୍ତୁ ଓଡିଶା ସରକାରଙ୍କର ଘୋଟଲା ଯୋଗୁ ଓଡିଶାରେ କିପରି ଘର ପାଇବେ ବୋଲି ସମୀର ମହାନ୍ତି କହିଥିଲେ । ଜୁଲାଇ ୭ରେ ଆମେ ଆନ୍ଦୋଳନକୁ ଓହ୍ଲେଇବୁ ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହି ପ୍ରେସମିଟରେ ଅନ୍ୟମାନଙ୍କ ମଧ୍ୟ୍ୟରେ ବିଜେପି ଉପ ସଭାପତି ପୃ୍‌ଥିରାଜ ହରିଚନ୍ଦନ, ସମ୍ପାଦିକା ଲେଖାଶ୍ରୀ ସାମନ୍ତ ଶିହର. ଗୋଲକ ମହାପାତ୍ର, ମୁଖପାତ୍ର କୈଳାସ ଆଚାର୍ଯ୍ୟ, ଉପସଭାପତି ଉପସ୍ଥିତ ଥିଲେ । ଏହି ଅବସରରେ ପୃଥିରାଜ ହରିଚନ୍ଦନ. ମଧ୍ୟ ଓଡିଶା ସରକାରଙ୍କ ଉପରେ ବର୍ଷି ଥିଲେ । ୧୫ଲକ୍ଷ୍ୟପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲୋକ ପାଇଥିବା ବେଳେ ବିଜୁ ପକ୍କା ଘର ଓଡିଶା ସରକାର ଦେଇଛନ୍ତି କିନ୍ତୁ ବିଜେଡି ଏଥିରେ ଭୁଲ ତଥ୍ୟ ଦେଇଛି ।

Comments (0)
Add Comment