ଓବିସିଙ୍କୁ କୋଟାରୁ ବାଦ ଦେଲେ ତୀବ୍ର ଆନ୍ଦୋଳନ ହେବ :ଭାଜପା

ସୁବର୍ଣ୍ଣପୁର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗ ଜୋର ଧରିବାରେ ଲାଗିଛିା ପୂର୍ବ ୫ ଟି ନିର୍ବାଚନ ରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଚଳିତ ଥର ଏଥିରୁ ଏହି ବର୍ଗକୁ ବଂଚିତ କରାଯାଇ ଥିବା ପ୍ରତିବାଦରେ ଗତକାଲି ସୁବର୍ଣ୍ଣପୁର ଜ଼ିଲ୍ଲା ଭାଜପା ଓବିସି ମୋର୍ଚ୍ଚା ପକ୍ଷରୁ ସୋନପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ରେ ପଛୁଆ ବର୍ଗଙ୍କ ଜନସଂଖ୍ୟା ୫୪ ପ୍ରତିଶତରୁ ଉର୍ଦ୍ଧ୍ୱ ଥିବା ସତ୍ତେ୍ୱଏହି ବର୍ଗଙ୍କୁ ରାଜ୍ୟ ସରକାର ଏହି ନର୍ବାଚନରେ ଘୋର ଅବହେଳା ତଥା ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବା ଏବଂ ଏମାନେ ଏଥର ନିର୍ବାଚନ ରେ ଭାଗ ନେବାରୁ ବଂଚିତ ହୋଇଥିବା ବିଷୟ ଜ଼ିଲ୍ଲା ବିଜେପି ଏକ ଧାରଣା ଦେବକ୍ଷସହ ଦୃଢ଼ ଅଭିଯୋଗ କରିଛି । ଏଣୁ ପଛୁଆବର୍ଗଙ୍କ ସାମ୍ବାଧାନିକ ଅଧିକାରର ସୁଯୋଗ ଦେବାକୁ ମଧ୍ୟ ବିଜେପି ଦାବୀ କରିଛି । ଏ ସମ୍ପର୍କ ରେ ଏକ ସ୍ମାରକ ପତ୍ର ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଭାଜପାର ଜ଼ିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଇଂ. ରଘୁନାଥ ଜଗଦଳା, ସାନନ୍ଦ ମେହେର, ନିରଞ୍ଜନ ତ୍ରିପାଠୀ, ପ୍ରଫୁଲ୍ଲ ସାହୁ, ସୁନିତା ଗିରି, ସଂଯୁକ୍ତା ହୋତା, ସୁଦେଷ୍ଣା ନେଗୀ, ବଳରାମ ସୁନା, ପୂର୍ଣଚନ୍ଦ୍ର ବିଶି, ତ୍ରିଲୋଚନ ତରିଆ,ଗଙ୍ଗା ତରିଆ, କୁନା ବିଶ୍ୱାଳ, ମନୋଜ କୁମାର, ଅନନ୍ତ ପାଣିଗ୍ରାହୀ, ବାବୁଲୁ ସାଗର ପ୍ରମୁଖଙ୍କ ସହ ଅନ୍ୟମାନେ ଏଥିରେ ସାମିଲ ଥିଲେ ।

Comments (0)
Add Comment