ସମ୍ବଲପୁର:ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଏବଂ ଅନୁସନ୍ଧାନ ସଂସ୍ଥାନ (ଭିମସାର) ଉପରେ ସମଗ୍ର ପଶ୍ଚିମ ଓଡିଶାର ଦଶଟି ଯାକ ଜିଲ୍ଲା ସହିତ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାରଖଣ୍ଡର ସଂଲଗ୍ନ ସୀମାନ୍ତ ଅଞ୍ଚଳର ଲୋକେ ମଧ୍ୟ ସେମାନଙ୍କ ଉଚ୍ଚ ଚିକିତ୍ସା ପାଇଁ ନିର୍ଭର କରନ୍ତି । ଏପରିପ୍ରେକ୍ଷୀରେ ଏହି ଅନୁଷ୍ଠାନକୁ ଆଶାନୁରୂପ ସରକାରୀ ସାହାଯ୍ୟ ମିଳି ପାରୁନାହିଁ ଓ ଅଧିକାଂଶ ସମୟରେ ଉପେକ୍ଷାର ଶିକାର ହେଉଛି । ଏପରିକି କରୋନା ଚିକିତ୍ସା ପାଇଁ ବର୍ତ୍ତମାନ ଅତ୍ୟାବଶ୍ୟକ ଇସିଏମଓ ବା ଏକମୋ ଯନ୍ତ୍ରଟିଏ ଦିଆଯାଇନାହିଁ । ଏହାକୁ ଆବଶ୍ୟକ ସାହାଯ୍ୟ ଯୋଗାଇ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ ରୂପେ ଗଢି ତୋଳିବା ପାଇଁ ଦାବି ରଖି ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ବୁର୍ଲା ସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମାର୍କେଟ କମ୍ପେ୍ଲକ୍ସ ସମ୍ମୁଖରେ ଏକ ଧାରଣା ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନରେ ପାର୍ଟି ର ସ୍ଥାନୀୟ ନେତୃବୃନ୍ଦ ସହିତ ବିଧାୟକ ଓ ସାଂସଦ ଉପସ୍ଥିତ ରହିଥିଲେ ।