ଲକ୍ଷ୍ମୀନାରାୟଣ ଯୁବକ ସଂଘ ପକ୍ଷରୁ କମ୍ବଳ ବଣ୍ଟନ

ପାଟଣାଗଡ: ପାଟଣାଗଡ ସ୍ଥିତି ରାମପୁର ଲଷ୍ମୀ ନାରାୟଣ ଯୁବକ ସଂଘ ପକ୍ଷରୁ ୧୫୦ଜଣ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ଲକ୍ଷ୍ମୀ ନାରାୟଣ ଯୁବକ ସଂଘର ସଭାପତି ମନୋଜ ମେହେର ସମ୍ପାଦକ ରଞ୍ଜିତ ମେହେର ତତ୍ତ୍ୱାବଧାନରେ ବଣ୍ଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ମ୍ୟୁଜିକ୍‌ ଚେୟାର ପ୍ରତିଯୋଗିତାରେ ରାମପୁର ପୁଅଝିଅମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସିନିୟର ଗ୍ରୁପ୍‌ର ପ୍ରଥମ ବିଜେତା ସୁନିତା ପସୟାତ୍‌, ଦ୍ୱିତୀୟ ବିଜେତା ଆସିକା ଠାକୁର ଓ ତୃତୀୟ ବିଜେତା ଭୂମି ମହାଲିଙ୍ଗ ଓ ଜୁନିଅର ଗ୍ରୁପର ପ୍ରଥମ ସ୍ଥାନ ସନ୍ତୋଷିନି ମେହେର ଦ୍ୱିତୀୟ ସ୍ଥାନ ଶ୍ରୀତମ ଠାକୁର, ତୃତୀୟ ସ୍ଥାନ ସୁଜାତା ରଣା ଅଧିକାର କରିଥିଲେ । ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ଲକ୍ଷ୍ମୀ ନାରାୟଣ ଯୁବକ ସଂଘର ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments (0)
Add Comment