ଫୁଲବାଣୀ ଠାରେ ରକ୍ତଦାନ ଶିବିର

ଫୁଲବାଣୀ ୧୧।୧୨: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଦ୍ୱାରା ଜିଲ୍ଲା ମାନବାଧିକାର ପରିଷଦ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜାକିରୁଲ୍ଲା ଖାଁଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଜୀବନବିନ୍ଦୁ ଓଡ଼ିଶା ସରକାର ଏବଂ ଜିଲ୍ଲା ମାନବାଧିକାର ପରିଷଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଅଛି । ସଭାପତି ତାଙ୍କ ଦୁଇପଦ ବାର୍ତ୍ତାରେ ଜିଲ୍ଲାରେ କିପରି ଲୋକଙ୍କୁ ସଚେତନ ଜରିଆରେ ତାଙ୍କର ଅଧିକାର ପାଇପାରିବେ, ଜାଣିପାରିବେ ତାହା ସଙ୍ଗେ ସଙ୍ଗେ ସଂଗଠିତ, ଏକତା, ଭାଇଚାରା ବଞ୍ଚାଇ ରଖିପାରିବେ ତାହା ଉପରେ କିଛି ସ୍ୱଳ୍ପରେ କହିଥିଲେ । ଏହି ସ୍ବେଚ୍ଛାସେବୀ କାର୍ଯ୍ୟକୁ ସିଟି ବୋର୍ଡର ସଭାପତି କୁବେର କହଁର, ଧନୁର୍ଦ୍ଧର କହଁର, ସେକ୍ ରିହାଜୁଦ୍ଧିନ, ରମେଶ ଦିଗାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ସମାଜସେବୀ ଦୁର୍ବାସା ସେଠୀ, ନୂତନ ଭାବେ ଦାୟିତ୍ଵ ନେଇଥିବା ସେଣ୍ଟ ଜୋନ ଆମ୍ବୁଲାନ୍ସର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ମଧ୍ୟ ଉପସ୍ଥିତି ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

Comments (0)
Add Comment