ନରସିଂହ ଶୁକ୍ଳାଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ଼ : ସ୍ବର୍ଗତ ନରସିଂହ ଶୁକ୍କାଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିହାରୀ ଯୁବକ ସଙ୍ଘ ପକ୍ଷରୁ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ସ୍ବର୍ଗତ ଶୁକ୍ଳାଙ୍କ ଧର୍ମପତ୍ନୀ ମାଧୁରୀ ଶୁକ୍ଳା ଶିବିରକୁ ଉଦ୍‌ଘାଟନ କରିଥିଲେ। ବିହାରୀ ସମାଜ, ସଙ୍ଘର କର୍ମକର୍ତ୍ତା ଓ ସ୍ଵେଚ୍ଛାସେବୀମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ I ମୋଟ ୪୧ ୟୁନିଟ ରକ୍ତ ସଙ୍ଗ୍ରହ କରାଯାଇଥିଲା। ଅତିଥି ଭାବରେ ପୂର୍ବତ୍ତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସାଧୁ ନେପାକ, ସାମାଜିକ କର୍ମୀ ପ୍ରୀତମ ସିଂ, ଆଇନଜୀବୀ ଲିପ୍‌ସିତ ମିଶ୍ର, ତନୁ ଅଗ୍ରୱାଲ, ବିଜେପିର ବରିଷ୍ଠ ନେତା ରବିନାରାୟଣ ଦାଶ, ଅଶୋକ ପଣ୍ଡା, ଯୁବମୋର୍ଚ୍ଚାର ସଭାପତି ଯୁଧିଷ୍ଠିର ମେହେର ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିଗଣ କହିଥିଲେ, ରକ୍ତଦାନ ସବୁଠୁ ମହତ ଦାନ ଏହାର ବିକଳ୍ପ ନାହିଁ। ଏହାର ଅଭାବରୁ କାହାରି ମୃତ୍ଯୁ ନହେବା ଦରକାର। ଏଭଳି ଶ୍ରାଦ୍ଧ ବାର୍ଷିକୀ ଅବସରରେ ହୋଇଥିବା ରକ୍ତଦାନ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ I ଏଣୁ ଆୟୋଜକ ଓ ଶୁକ୍ଳା ପରିବାରର ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସ୍ବର୍ଗତ ଶୁକ୍ଳାଙ୍କ ପରିବାରରୁ ପ୍ରକାଶ ଶୁକ୍ଳା, ବିକାଶ ଶୁକ୍ଳା, ଶିବାଙ୍ଗୀ ଶୁକ୍ଳା, ସ୍ବାତୀ ଶୁକ୍ଳାଙ୍କ ସମେତ ବିହାରୀ ଯୁବକ ସଙ୍ଘର ରାଜୁ ଝା, ମନୋଜ ରାୟ, ବିଜୟ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରଗଡ ରକ୍ତ ଭଣ୍ଡାରର ଅମରଜିତ ମହାନ୍ତି, ରେବତୀକାନ୍ତ ସାହୁ ନେହା ସାହୁ, କୃଷ୍ଣଚନ୍ଦ୍ର ସାହୁ, ଆବିଦ ଖାନ ପ୍ରମୁଖ ରକ୍ତ ସଙ୍ଗ୍ରହ କରିଥିଲେ।

Comments (0)
Add Comment