ଖର୍ଚ୍ଚ ହେଲାଣି ୧୫ ଲକ୍ଷ:୪ମାସ ହେଲା ପାନୀୟ ଜଳ ପ୍ରକଳ୍ପ ବନ୍ଦ

ବୌଦ୍ଧ/ଜହ୍ନାପଙ୍କ,୧୯/୦୩: ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ଗାଁକୁ ୪ମାସ ହେଲା ଜଳ ଯୋଗାଣ ବନ୍ଦ ଯୋଗୁଁ ଏଠାରେ ବ ।ସକରୁଥିବା ୨୦୦ ପରିବାରର ପ୍ରାୟ ୧୪୦୦ ଲୋକ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସୂଚନାମତେ ୨୦୦୪ ମସିହାରେ ସ୍ୱଜଳ ଧାରା ଯୋଜନାରେ ସାଢେ ୪ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏଥିପାଇଁ ଗ୍ରାମବାସୀଙ୍କ ୧୦% ଓ ସରକାର ୯୦% ଅର୍ଥ ରାଶି ଦେଇଥିଲେ । ହେଲେ ପରିଚାଳନାଗତ ତ୍ରୁଟି ଯୋଗୁଁ ତଥା କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମନୋମୁଖୀ ଯୋଗୁଁ କେବଳ ଡିପ ବୋରୱେଲ ଖୋଳାଯାଇ ପ୍ରକଳ୍ପ ବନ୍ଦ ରହିଥିଲା । ୨୦୧୧ ମସିହାରେ ସ୍ୱେଚ୍ଛାସେବୀ ସ୍ୱାଧୀନ କୁମାର ପ୍ରଧାନ ଓ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ବୈଠକ କରାଯାଇ ପ୍ରକଳ୍ପ ସଂପୂର୍ଣ୍ଣର୍ ନେଇ ଆଲୋଚନା କରାଯାଇଥିଲା । ଆଲୋଚନା ମୁତାବକ ଏହି ପ୍ରକଳ୍ପ ଯୋଗେ ୯ ଟି ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳଯୋଗାଣ ପାଇଁ ବ୍ୟବସ୍ଥା ଥିଲା । ହେଲେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ କୌଣସି ଜଳସ୍ତମ୍ଭରେ ଟ୍ୟାବ ନଲଗାଇ ତରବରିଆଭାବେ ୨୦୧୧ ଜୁନ ୨୨ ତାରିଖରେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ଉଦଘାଟନ କରାଗଲା । କିଛି ଦିନପରେ ପାଇପ ଫାଟିଯିବାରୁ ଜଳଯୋଗାଣ ବାଧାପ୍ରାପ୍ତ ହେଲା । ୨୦୧୬ ମସିହାରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି କରାଯାଇ ୮ ଟି ଷ୍ଟାଣ୍ଡପୋଷ୍ଟ ମଧ୍ୟ ଦିଆଗଲା କିନ୍ତୁ ଦିନକୁ ଦିନ ଜଳସ୍ତର ହ୍ରାସ ପାଇଥିବାରୁ ପାଣି ପର୍ଯ୍ୟାପ୍ତ ନହେବାରୁ ଏହି ପ୍ରକଳ୍ପ ପୁଣି ଦୀର୍ଘ ୨ ବର୍ଷ ପଡିରହିଲା ।

ପୁଣି ୨୦୧୮ ମସିହାରେ ଏକ ନୂତନ ବୋରୱେଲ ଖୋଳାଯାଇ ପଂପ୍‌ହାଉସ ଓ ଏମ୍‌ଆଇଏସ ପାଇପ ଯୋଡ଼ାଯାଇ ପୁଣି ୮ ଟି ଷ୍ଟାଣ୍ଡପୋଷ୍ଟ ବଢାଗଲା ସିନା ହେଲେ ମାତ୍ର କେଇଦିନ ଚାଲିଲା ପରେ ତିନି ମାସ ହେଲା ବନ୍ଦ ଯୋଗୁଁ ସକାଳ ପାହିଲେ ଗ୍ରାମର ପୁରୁଷମନେ ସାଇକେଲରେ ଗରିଆ ଓ ମହିଳା ମାନେ ଗରିଆ ବାଲଟି ଧରି ବିପଦପୂର୍ଣ୍ଣର୍ ଭାବେ ଜାତୀୟ ରାଜପଥରେ ଏକ କ.ିମି ଯାଇ ପାଣି ଆଣୁଛନ୍ତି । ଗାଁରେ ଥିବା ନଳକୂପରୁ କ୍ଷାରଯୁକ୍ତ ପାଣି ବାହାରୁ ଥିବାରୁ ଏହା ପାନୀୟ ଉପଯୋଗୀ ହେଉନାହିଁ । ସେଥିପାଇଁ ପାନୀୟ ଜଳ ଯୋଗାଣ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment