ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : ଜିଲ୍ଲାରେ ଦିବ୍ୟଦୀପ୍ତି ହେଲେ ଟପର, ଶ୍ୱେତାପଦ୍ମା ଦ୍ୱିତୀୟ

ବୌଦ୍ଧ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଦିବ୍ୟଦୀପ୍ତି ନାଏକ ୫୪୫ ନମ୍ବର ପାଇ ଜିଲ୍ଲା ଟପର ହୋଇଥିବା ବେଳେ ଲୁଣିବାହାଲ୍ ପଲ୍ଲୀ ବିକାଶ ହାଇସ୍କୁଲର ଛାତ୍ରୀ ଶ୍ୱେତାପଦ୍ମା ସାମଲ ୫୪୦ ନମ୍ବର୍ ପାଇ ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଜିଲ୍ଲାରେ ମୋଟ୍ ୫୫୫୮ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୩୬୮ ଜଣ ବିଭିନ୍ନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ୧ରେ ୨ ଜଣ, ଏ୨ରେ ୪୬ ଜଣ, ବି୧ରେ ୧୨୩ ଜଣ, ବି୨ ରେ ୨୪୧ ଜଣ, ସି ଗ୍ରେଡରେ ୪୩୪ ଜଣ, ଡି ଗ୍ରେଡରେ ୯୦୬ ଜଣ, ଇ ଗ୍ରେଡରେ ୨୬୧୬ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପାସ୍ କରିଥିବା ଜଣାପଡିଛି । ଜିଲ୍ଲାରେ ପାସ୍ ହାର ୭୮. ୪୮ % ରହିଥିବା ବେଳେ କୌଣସି ହାଇସ୍କୁଲର ଫଳ ଶୁନ ହୋଇନଥିବା ଜଣାପଡିଛି ।

Comments (0)
Add Comment