ବୌଦ୍ଧ/ବାଉଁଶୁଣୀ,୧୦/୧୨ – ୧୯ ବର୍ଷରୁ କମ୍ ବୟସର ବାଳିକା ମାନଙ୍କୁ ବିବାହ ନ କରାଇବା ପାଇଁ ଆଜି ଏକ ସଚେତନତା ଶୋଭାଯାତ୍ରା ବାଉଁଶୁଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ବାଉଁଶୁଣୀ ଡିମିରିପାଲି ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଡିମିରିପାଲି ଗ୍ରାମର ସମସ୍ତ କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ, ଆଶାକର୍ମୀମାନେ ଯୋଗ ଦେଇଥିଲେ । ୧୮ ବର୍ଷ ପରେ ହିଁ ବାଳିକା ମାନଙ୍କୁ ବିବାହ ଦେବା ପାଇଁ ସଭା ଓ ଶୋଭାଯାତ୍ରା ମାଧ୍ୟମରେ ସଚେତନତା କରାଯାଇଥିଲା । ସେଥିପାଇଁ ବାଳିକା ମାନେ “ପାଠ ପଢିବାକୁ ଡରିବୁ ନାହିଁ, ବାଲ୍ୟ ବିବାହ କରିବୁ ନାହିଁ ” ବୋଲି ଶପଥ ଗ୍ରହଣ ମଧ୍ୟ କରିଥିଲେ ।