ଶଗଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,୧୮/୯ – ବୌଦ୍ଧବ୍ଲକ ଶଗଡା ଗ୍ରାମରେ ଓ ସେଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ ବାସନ୍ତୀ ଦନ୍ତା ଶଗଡା ଗ୍ରାମ ଓ ତତସଂଲଗ୍ନ ୫୦୦ ମିଟର୍‌ ପରିଧିକୁ ଗତକାଲି କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଡମପଡା ଠାରୁ ବାଲିଗୋରା ଛକ ଓ ଶଗଡା ଗ୍ରାମକୁ ଗତକାଲି ସନ୍ଧ୍ୟା ୬ ଘଣ୍ଟା ଠାରୁ ଆସନ୍ତା ୨୦ ତାରିଖ ମଧ୍ୟରାତ୍ରୀ ଯାଏଁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ଜଣାପଡିଛି । ଉକ୍ତ ଅଂଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ଜନସାଧାରଣ ମାନଙ୍କୁ ସରପଞ୍ଚ ଅନୁରୋଧ କରିଛନ୍ତି ।

Comments (0)
Add Comment