ବୌଦ୍ଧ ହେଲା ନକ୍ସଲମୁକ୍ତ ଜିଲ୍ଲା- ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ

ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲାକୁ ସରକାର ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିବା ସଂପର୍କରେ ଆଜି ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଥିଲେ । ଗତ କିଛିବର୍ଷ ମଧ୍ୟରେ ଜିଲ୍ଲାରେ କୌଣସି ନକ୍ସଲ ଗତିବିଧି ଅନୁଭୂତ ହୋଇନଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ବୌଦ୍ଧଜିଲ୍ଲାରେ ୨୦୧୪ ମସିହାରେ ନକ୍ସଲ ସଂପର୍କୀତ ୫ଟି ମାମଲା ରୁଜୁ ହୋଇଥିବାରୁ ସରକାର ବୌଦ୍ଧଜିଲ୍ଲାକୁ ନକ୍ସଲ ପ୍ରଭାବିତ ଜିଲ୍ଲାଭାବେ ଘୋଷଣା କରିଥିଲେ । ଜଣେ ମହିଳା ନକ୍ସଲବାଦୀଙ୍କୁ ମଧ୍ୟ ବୌଦ୍ଧ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ବୌଦ୍ଧ ନକ୍ସଲ ପ୍ରଭାବିତ ଜିଲ୍ଲା ଭାବରେ ଘୋଷଣା ହେବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାକୁ ଅଧିକ ଅନୁଦାନ ଆସିଥିଲା ।

Comments (0)
Add Comment