ବୌଦ୍ଧ, ୨୦/୭ – ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗୋଟିଏ କାର୍ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୧ ଘଣ୍ଟା ସମୟରେ କଣ୍ଟାମାଳ ପଟରୁ ମନମୁଣ୍ଡା ଦିଗକୁ ଆସୁଥିବା ଓଡି୧୨ସି୩୩୮୧ ନମ୍ବର୍ ବିଶିଷ୍ଟ ମହିନ୍ଦ୍ରା ମାରାଜୋ କାର୍ ଗୋପାଳ ମାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ଗାଡିରେ ୩ ଜଣ ଯାତ୍ରୀ ଥିଲେ ଓ କେହି ଆହତ ହୋଇନଥିବା ଜଣାପଡିଛି ।