ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ, କାର୍ଯ୍ୟାନୁଷ୍ଠାନ ଶୁନ !

ବୌଦ୍ଧ,୨୪/୮ – ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖା ଦେଇଛି । ଜିଲ୍ଲାକୁ ଯେତିକି ସାର ଆସିଛି ସେଥିରେ ବଡ ଧରଣର ଦୁର୍ନୀତି ଓ ବ୍ୟାପକ କଳାବଜାରୀ ଯୋଗୁଁ ଚାଷୀ ବହୁ ଅଧିକ ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୁଏ । ୟୁରିଆ ସାରର ସରକାରୀ ଦର ୨୬୬ ଟଂକା ୫୦ ପଇସା ଥିବାବେଳେ ଚାଷୀମାନେ ୫୦୦ ଟଂକା ପର୍ଯ୍ୟନ୍ତ ବସ୍ତା ପ୍ରତି କ୍ରୟ କରୁଥିବାର ଦେଖିବାକୁ ମିଳୁଛି । ସାର କଳାବଜାରକୁ ରୋକିବା ପାଇଁ ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ସ୍କ୍ୱାର୍ଡ ଗଠନ କରାଯାଇଛି ହେଲେ ତାହା କୌଣସି କାମକୁ ନୁହେଁ । ବିଭିନ୍ନ ଅଂଚଳର ଚାଷୀମାନେ ଏ ସମ୍ପର୍କରେ ପ୍ରଶାସନର ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ କରୁଥିବାର ଦେଖା ଯାଉଛି । ଗତ ଶୁକ୍ରବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ସହକାରୀ ନିବନ୍ଧକ ସମବାୟ ସମିତିକୁ ନେଇ କେତେକ ପ୍ରାଥମିକ ସେବା ସମବାୟ ସମିତିକୁ ଚଢାଉ କରାଯାଇଥିଲା । ବୌଦ୍ଧ ବ୍ଲକର ମୁଣ୍ଡିପଦର, ମନୁପାଲି ଆଦି କେତେକ ସମିତିରେ ସରକାରୀ ନୀତି ନିୟମକୁ ଜଳ।।ଞ୍ଜଳି ଦେଇ ସାର ବଣ୍ଟନ ହୋଇଥିବା ଅଧିକାରୀମାନେ ଦେଖିବାକୁ ପାଇଥିବା କୁହାଯାଉଛି । ଜଣେ ଜଣେ ବ୍ୟକ୍ତିଙ୍କ ନାମରେ ୫୦ /୧୦୦ ବସ୍ତା ଲେଖାଏଁ ୟୁରିଆ ସାର ବିକ୍ରୀ କରାଯାଇଛି । ସମିତିମାନେ ତାଙ୍କର ଋଣୀ ସଭ୍ୟମାନଙ୍କୁ ସାର ନଦେଇ ବାହାର ଲୋକଙ୍କୁ ବିପୁଳ ପରିମାଣର ସାର ଦେଇ ଥିବାରୁ ଏଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲ।।ପାଳଙ୍କୁ ତଦନ୍ତ ରିପୋର୍ଟ ଦେଲାପରେ ଜିଲ୍ଲାପାଳ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଚାଷୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।
ସେହିପରି ଜିଲ୍ଲାରେ ସାର ଲାଇସେନ୍ସ ପାଇଥିବା ଡିଲର ମାନଙ୍କ କାଗଜପତ୍ର ଓ ଗୋଦାମ ତନଖି କରାଗଲେ ଜିଲ୍ଲାରେ ସାର ଦୁର୍ନୀତିର ଆହୁରି ଗୁମର ଖୋଲିବ ବୋଲି ଚାଷୀ ମାନେ ଦାବୀ କରିଛନ୍ତି । ଚାଷୀଙ୍କ ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ କୃଷି ଉପ ନିର୍ଦ୍ଦେଶକ ରାମ ନାୟକଙ୍କୁ ତାଙ୍କ ମୋବାଇଲ ନମ୍ବର ୯୮୬୧୩୨୯୮୬୬ କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଉ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Comments (0)
Add Comment