ବୌଦ୍ଧ,୧୩/୭ -ବୌଦ୍ଧ ଜିଲ୍ଲାରେ ଡିଲର ମାନଙ୍କ ଜରିଆରେ ଚାଷୀମାନଙ୍କୁ ସରକାର ଯୋଗାଇ ଦେଉଥିବା ସାରଗୁଡିକ ଦୁଇବର୍ଷ ତଳର ହୋଇଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ବିଭିନ୍ନ ପ୍ରାଥମିକ ସମବାୟ ସମିତି ଓ ଘରୋଇ ସାର ଡିଲରମାନେ ଚାଷୀମାନଙ୍କୁ ବିକ୍ରୟ କରୁଥିବା ଇଫକୋ ଡି.ଏ. ପି. ସାର ବସ୍ତାର କଭର୍ ଉପରେ ସାର ନିର୍ମାଣର ତାରିଖ ଅକ୍ଟୋବର୍ ୧୮ ଲେଖା ଯାଇଛି । ପ୍ରାୟ ୨ ବର୍ଷ ତଳର ପ୍ରସ୍ତୁତ ଏ ସାରର ଉର୍ବରତା କେତେ ରହିବ ସେ ନେଇ ଚାଷୀମାନେ ସଂଶୟରେ ରହୁଛନ୍ତି । ଏ ସମ୍ପର୍କରେ କୃଷି ଓ ସମବାୟ ବିଭାଗର ଅଧିକାରୀ ମାନେ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବୀ ହେଉଛି ।