ବିଇଡି ଭିତ୍ତିରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ

ବୌଦ୍ଧ, ୩/୭- ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ତାଲିକାକୁ କେନ୍ଦ୍ରକରି ଜିଲ୍ଲାରେ ବିଇଡି ଭିତ୍ତିରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧୀଶଙ୍କୁ ଅଭିଯୋଗ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି ଓଡିଶା ପ୍ରାଥମିକ ଶିକ୍ଷା ସଂଶୋଧନ ନିୟମାବଳୀ ୨୦୧୯ ଅନୁସାରେ ଶିକ୍ଷକମାନଙ୍କ ନିଯୁକ୍ତି ସମୟର ଶିକ୍ଷାଗତ ଯୋଗ୍ୟତାକୁ ପଦୋନ୍ନତିରେ ଗୁରୁତ୍ୱ ଦେବା ଓ ସିଟି, ବିଇଡି ତାଲିକା ଅଲଗା କରିବାପାଇଁ ଉଲ୍ଲେଖ ଥିଲେ ମଧ୍ୟ ତାହା କରାଯାଇନାହିଁ । ନିଯୁକ୍ତି ସମୟରେ ଗ୍ରହଣ କରାଯାଇଥିବା ସିଟି ବିଇଡି ଅନୁପାତକୁ ଗୁରୁତ୍ୱ ଦିଆଯାଇନାହିଁ । ଯାହାଫଳରେ ଜିଲ୍ଲାରେ ଶିକ୍ଷକମାନଙ୍କଠାରେ ବିଇଡି ବରିଷ୍ଠତା ଥିଲେ ମଧ୍ୟ ସେମାନେ ନିଯୁକ୍ତି ପରେ ବିଇଡି ହାସଲ କରିଥିବା ଶିକ୍ଷକମାନଙ୍କଠାରୁ ଜୁନିଅର ଭାବେ ପରିଗଣିତ ହେଉଛନ୍ତି । ଏପରିକି ଚାକିରିକାଳ ମଧ୍ୟରେ ପଦୋନ୍ନତି ପାଇବେ କି ନାହିଁ ସନ୍ଦେହକରି ଜିଲ୍ଲାସଂଘର ସଭାପତି ସୌମିତ୍ରୀ ପ୍ରସାଦ ପଲିଆଙ୍କ ସମେତ କର୍ମକର୍ତ୍ତା ଜିଲ୍ଲା ଶିକ୍ଷାଧୀଶ ଗେନ୍ଦ୍ରା କୁଜୁରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନବେଳେ ଅଶୋକ ଘିବେଲା, ମୋହନ କରଡିଆ, ରାମଚନ୍ଦ୍ର ସାହୁ, ସନ୍ତୋଷ କୁମାର ଶତପଥୀ, ରଶ୍ମିରଞ୍ଜନ ଦାସ, ରଞ୍ଜିତା ମିଶ୍ର, ରବିନ୍ଦ୍ର କୁମାର ମେହେର, ସଞ୍ଜୟ କୁମାର ଦେହୁରୀ, ମଦନମୋହନ ପ୍ରଧାନ, ବସନ୍ତ କୁମାର ବିଶ୍ୱାଳ, ସୁଶାନ୍ତ କୁମାର ବିଶ୍ୱାଳ, ଶ୍ରୀବନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment