ବୌଦ୍ଧ/ହରଭଙ୍ଗା,୬/୫:- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଡ଼ବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୨୩ଗୋଟି ହାଇସ୍କୁଲକୁ ୫-ଟି ସ୍କୁଲରେ ରୂପାନ୍ତରିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ମାନ୍ୟବର ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ, ପାନୀୟଜଳ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମହୀଧର ରଣା, ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ଛାତ୍ର ଛାତ୍ରୀ, ଜିଲ୍ଲା ଓ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ । ସନ୍ଧ୍ୟା ୬ଘଣ୍ଟା୫ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ଏହି ୨୩ଗୋଟି ବିଦ୍ୟାଳୟକୁ ଉଦଘାଟନ କରି ୫-ଟି ସ୍କୁଲରେ ରୂପାନ୍ତରିତ କରିଥିଲେ । ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ୱାତି ସିମରନ ଚିନରା ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କରେ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ରୂପାନ୍ତରିତ ବିଦ୍ୟାଳୟରେ ଇ-ଲାଇବ୍ରେରୀ, ଇ-ପରୀକ୍ଷାଗାର , ସ୍ୱଚ୍ଛ ଶୌଚାଳୟ , ସ୍ୱଚ୍ଛ ପାନୀୟଜଳ, ସ୍ମାର୍ଟ ଶ୍ରେଣୀକକ୍ଷ ଉନ୍ନତିକରଣ କରାଯାଇଛି । ଆଜି ୫-ଟିରେ ସାମିଲ ହୋଇଥିବା ସ୍କୁଲଗୁଡିକ ହେଲା ବାଦିକଟା ଦଧିବାମନ ଉଚ୍ଚ ବିଦ୍ୟାଳୟ, ବହିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୁଢିିପଦର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ମୁଣ୍ଡାପଡା ଉଚ୍ଚ ବିଦ୍ୟାଳୟ, ମେଣ୍ଢିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ, ତିଲେଶ୍ୱର ଲାଲ ବାହାଦୁର ଉଚ୍ଚ ବିଦ୍ୟାପୀଠ, ତଳଗାଁ ଉନ୍ନିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତ୍ରଙ୍ଗ ନାରାୟଣ ଉଚ୍ଚ ବିଦ୍ୟାଳୟ, ବନ୍ଧାପଥର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବଡବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦପଲା ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ, ଉମା ଉନ୍ନିତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଣ୍ଡିମହୁଲ ଦଧିବାମନ ଉଚ୍ଚ ବିଦ୍ୟାଳୟ, ଯୋଗୀନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ସୁଣ୍ଢିପଦର ରାଧାକୃଷ୍ଣ ଉଚ୍ଚ ବିଦ୍ୟାପୀଠ, ମଥୁରା ଗ୍ରାମ ପଞ୍ଚାୟତ ଉଚ୍ଚ଼ ବିଦ୍ୟାଳୟ, ଲମ୍ବସରି ରାଧାମାଧବ ଉଚ୍ଚ ବିଦ୍ୟାଳୟ, ଶଗଡା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ, ଲୁଣିବାହାଲ ପଲ୍ଲିବିକାଶ ଉଚ୍ଚ ବିଦ୍ୟାଳୟ, ଜଗତି ଉନ୍ନିତ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଙ୍କୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଂପୋଚ ଉନ୍ନିତ ସରକାରୀ ଉଚ୍ଚ ବିଦ୍ୟାଳୟ, ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରମୁଖ ରହିଛି ।