ବୌଦ୍ଧ,୧୧/୮ – ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ରହିଥିବା ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ମେରା ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ତହସିଲଦାର ତଥା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣା, ଡେପୁଟି କାମାଣ୍ଡାଣ୍ଟ ବେଲାରସେନ ମେହେର, ଅବସରପ୍ରାପ୍ତ ଅଧିକାରୀ ବିପ୍ରଚରଣ ମହାନ୍ତି, ଡି. ଜି. ନୋମିନି ଦେବାଶିଷ ପୁରୋହିତ କାର୍ଯ୍ୟକ୍ରମ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସହିଦ ବିଭୁଦେନ୍ଦ୍ର ବିଶ୍ୱାଳ ଓ ଭାଗ୍ୟଧର ମହାନନ୍ଦିଆଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବାଟାଲିୟନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୀରଭୂମିରୁ ମାଟି କଳସରେ ସଂଗ୍ରହ କରି ରାଜଧାନୀ ଦିଲ୍ଲୀକୁ ନେବାପାଇଁ ଏନ.ୱାଇ.କେ. ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ବ୍ରାହ୍ମଣ ସମାଜ ତରଫରୁ ପୂଜକ ଭାବେ ତ୍ରିଜୀବ ପାଣିଗ୍ରାହୀ ନୀତିକାନ୍ତି କରିଥିଲେ । କାର୍ଯ୍ୟକ୍ରମକୁ ଆସମାନ ମହାକୁଡ଼ ପରିଚାଳନା କରିଥିବା ବେଳେ ସ୍ୱେଛାସେବୀ ତୋଫାନ କୁମାର ପରିଡା, ଚିତରଞ୍ଜନ ବେହେରା, ବାମନ ବେହେରା, ସୁପ୍ରିୟା ଦେହୁରୀ, ସୁଧୀର ଦୀପ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବାଟାଲିୟନର ଯବାନ ଓ ଅଧିକାରୀମାନେ ଯୋଗ ଦେଇଥିଲେ ।