ବୌଦ୍ଧ/ବାଉଁଶୁଣୀ,୪/୬- ବୌଦ୍ଧବ୍ଳକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଗଡଭିତର ଗ୍ରାମରେ ଆଜି ୨୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବାଉଁଶୁଣୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରାଣବନ୍ଧୁ ପ୍ରଧାନ ଗଡଭିତର ଗ୍ରାମକୁ ଆଜି ସକାଳ ୬ ଘଣ୍ଟାରୁ ୧୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଛନ୍ତି । ବାଉଁଶ ବାଡ଼ ଦେଇ ଗାଁର ପ୍ରବେଶ ପଥକୁ ସିଲ କରାଯାଇଛି । ଏହି ସମୟରେ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବା ପାଇଁ କେବଳ ଗାଁ ଲୋକ ବାହାରକୁ ଯାଇପାରିବେ । ଏହା ସହିତ ଗାଁଲୋକ ବାହାରକୁ କିମ୍ବା ବାହାର ଲୋକ ଗାଁ କୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଯିଏ ଏହାକୁ ଅବମାନନା କରିବ ତାଙ୍କ ବିରୋଧରେ କୋଭିଡ-୧୯ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସରପଞ୍ଚ ଘୋଷଣା କରିଛନ୍ତି । ଏଥିସହିତ ଯେଉଁମାନେ ସଂକ୍ରମିତ ନିୟମିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ ବାରମ୍ବାର ହାତକୁ ସାବୁନରେ ଧୋଇବାକୁ ପରାମର୍ଶ ଦେଇଛନ୍ତି ।