କରୋନା ଛଡାଇନେଲା ପୂଜା ଚମକ ମଣ୍ଡପ ଗୁଡିକରେ ଦେବୀଙ୍କଠାରେ ନାହିଁ ଗହଳଚହଳ

ହରଭଙ୍ଗା,୨୬/୧୦ – ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଅଞ୍ଚଳରେ ଦୁର୍ଗାପୂଜାର ଚମକ ଛଡାଇ ନେଇଛି । ପ୍ରତିବର୍ଷର ଉତ୍ସବମୁଖର ପରିବେଶକୁ ଫିକା ପକାଇ ଦେଇଛି । ତଥାପି ପରଂପରା ରକ୍ଷାପୂର୍ବକ ସବୁ ମଣ୍ଡପଗୁଡିକରେ ମା’ଦୁର୍ଗାଙ୍କ ମୂର୍ତ୍ତି ପୂଜା ପାଉଛି । ମଣ୍ଡପଗୁଡିକରେ ମୂର୍ତ୍ତି ପୂଜା ପାଉଥିବାବେଳେ କିନ୍ତୁ ଭକ୍ତଙ୍କ ଗହଳଚହଳ ନାହିଁ । ନିରାଡମ୍ବର ପରିବେଶ ଭିତରେ ମା ଶୋଭା ପାଉଛନ୍ତି । ହରଭଙ୍ଗାବ୍ଲକର ହରଭଙ୍ଗା ୟୁଥ କ୍ଲବ, ମେଡିକାଲଛକର କ୍ଲବ, ଚାରିଛକ, ଛତ୍ରଙ୍ଗ, ପୁରୁଣାକଟକ, ତିଲେଶ୍ୱର, ଆଡେଣିଗଡ, କୁଶଙ୍ଗ, ଲୁଣିବାହାଲ ଆଦି ସ୍ଥାନମାନଙ୍କରେ ଦୁର୍ଗାପୂଜା ଉତ୍ସବ ପାଳିତ ହେଉଛି । ପୂଜାକାର୍ଯ୍ୟ ରୀତିନୀତି ଅନୁଯାୟୀ ଚାଲିଛି କିନ୍ତୁ ସବୁଠି ଖାଁ ଖାଁ ପରିବେଶ । କରୋନା କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ବାଧା ସୃଷ୍ଟି କରିଛି । କାଁ ଭାଁ ଭକ୍ତ ମାଙ୍କ ଦର୍ଶନ ପାଇଁ ଆସୁଥିବା ଦେଖିବାକୁ ମିଳିଛି ।

Comments (0)
Add Comment