ଆରଟିଓ ଅଫିସ ନିକଟ ବେଆଇନ ଜନସେବା କେନ୍ଦ୍ରରୁ ୨ ଦଲାଲ ଗିରଫ

ବୌଦ୍ଧ,୧୦/୫:- ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଦୁଇଜଣ ଦଲାଲଙ୍କୁ ଆର.ଟି.ଓ. କାର୍ଯ୍ୟାଳୟ ନିକଟରୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ତପନ ମଣ୍ଡଲ ଏବଂ ସଂଜିତ ପଣ୍ଡା । ସେମାନେ ବେଆଇନ ଭାବରେ ଜନସେବା କେନ୍ଦ୍ରକରି ଆର. ଟି. ଓ. ଅଫିସର ଅନ୍ୟାନ୍ୟ କାମ ପାଇଁ ଲୋକଙ୍କ ଠାରୁ ଅଧିକ ଅର୍ଥ ଅଦାୟ କରୁଥିଲେ । ବହୁ ପୂର୍ବରୁ ଜନସାଧାରଣ ଏ ନେଇ ଅଭିଯୋଗ କରି ଆସୁଥିଲେ । ଆଜି କାର୍ଯ୍ୟାନୁଷ୍ଠାନ ପୂର୍ବକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଦଲାଲ ଦ୍ୱୟଙ୍କୁ ପୋଲିସ ଗିରଫ କରିଛି ଏବଂ ଜନସେବା କେନ୍ଦ୍ରକୁ ସିଲ୍‌ଡ଼ କରାଯାଇଛି । ଏହି ଚଢ଼ାଉ ସମୟରେ ଉପ-ଜ଼ିଲ୍ଲାପାଳ ରବୀନ୍ଦ୍ରନାଥ କଁହର, ଏସ. ଡି. ପି. ଓ. ଆନନ୍ଦ ବର୍ଦ୍ଧନ ଗୁରୁ, ଆଇ. ଆଇ. ସି. ଆଦର୍ଶ ଥାନା ମାଧବାନନ୍ଦ ନାୟକ, କର୍ମଚାରୀ ସୁରେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଉଭୟ ଦଲାଲଙ୍କୁ ଥାନାରେ ଅଟକ ରଖି ପୁଲିସ କାଗଜପତ୍ର ଯାଞ୍ଚ କରୁଛି ।

Comments (0)
Add Comment