ବୌଦ୍ଧ,୫/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ପଞ୍ଚାୟତ ଦେଉଳି ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇପଡିଥିଲା । ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଗତ ୧ ତାରିଖ ଦିନ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭରେ ଖବର୍ ପ୍ରକାଶ ପାଇଥିଲା । ଖବର ପ୍ରକାଶିତ ହେବାପରେ ଏ ଦିଗରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପଦକ୍ଷେପ ଗ୍ରହଣ କରି ତୁରନ୍ତ ମରାମତି କରିଥିବା ଜଣାପଡିଛି । କଣ୍ଟାମାଳ ବ୍ଲକରେ ଦିନକୁଦିନ ତାପମାତ୍ରା ବଢିବାରେ ଲାଗିଛି ହେଲେ ଅନେକ ନଳକୂପ ଅଚଳ ହୋଇ ପଡିଥିଲେ ମଧ୍ୟ ତାହା ଉପରେ କାହାରି ଦୃଷ୍ଟି ପଡ଼ୁନଥିବା ହେତୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି ।