ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଏକ ଉଚ୍ଚ଼ସ୍ତରୀୟ କମିଟି ମହାମହିମ ରାଜ୍ୟପାଳଙ୍କ ସହିତ ଆଲୋଚନା

ବୌଦ୍ଧ,୨୪/୧:- ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କ ସହିତ ସର୍କିଟ ହାଉସ ଠାରେ ଜିଲ୍ଲାର ବିଭିନ୍ନ ମୌଳିକ ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ, ବିଗତ ୨୩ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଲୋକଙ୍କର ଆପତ୍ତି ଦରଖାସ୍ତ ଦେବା ସହିତ ଆଲୋଚନା କରିଥିଲେ । ମହାମହିମ ରାଜ୍ୟପାଳ ସମସ୍ତ ପ୍ରକାରର ଅଭିଯୋଗକୁ ଶୁଣିବା ସହିତ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତଶ୍ରୁତି ପ୍ରଦାନ କରିବା ସହିତ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ କଠୋର ପରିଶ୍ରମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି ଆଲୋଚନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବୌଦ୍ଧ ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ, ଲୁଣିବାହାଲ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ପ୍ରଧାନ, ବରିଷ୍ଠ ବିଜେପି ନେତା ଶ୍ୟାମ ସୁନ୍ଦର ପୁରୋହିତ , ପ୍ରେମାନନ୍ଦ ମିଶ୍ର ,ତାପସ କୁମାର ପଟ୍ଟନାୟକ, ସଂଗ୍ରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment