ତପସ୍ୱିନୀ ପରିବାର ତରଫରୁ ପ୍ରାକୃତିକ ଚିକିତ୍ସା ଶିବିର

ବୌଦ୍ଧ,୭/୬:- ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତପସ୍ୱିନୀ ପରିବାର ତରଫରୁ ପ୍ରାକୃତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରୀତାକାନ୍ତି ବଳିୟାର ସିଂ ଯୋଗ ଦେଇଥିଲେ । ଜିଲ୍ଲା ସଂଯୋଜିକା ଗୀତା ରାଣୀ ରାୟ ଚୌଧୁରୀ ସ୍ୱାଗତ ଭାଷଣ ଓ ବିବରଣୀ ପ୍ରଦାନ କରିଥିବାବେଳେକାର୍ଯ୍ୟକ୍ରମ ସଂଯୋଜନା ସରିତା ମେହେର କରିଥିଲେ । ପ୍ରଶିକ୍ଷକ ଭାବେ ଯୁଧିଷ୍ଠିର ନାଏକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଓ ଘରେ ଘରେ ଯଜ୍ଞ କରିବା ପାଇଁ ସୂଚନା ଦିଆଯାଇଥିଲା । ଦୈନନ୍ଦିିନ ଜୀବନରେ ସମ୍ମୁଖୀନ ହେଉଥିବା ରୋଗକୁ ପ୍ରାକୃତିକ ଉପାୟରେ ଉପଶମ ପାଇଁ ଉପାୟ ସମ୍ବନ୍ଧରେ ଉପସ୍ଥିତ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଶେଷରେ ବବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment