ବୌଦ୍ଧ, ୨୪/୭ – ବୌଦ୍ଧବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର କନକପୁର ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବଘିଆପଡା ସରପଞ୍ଚ ଶ୍ରୀମତୀ ସୈରେନ୍ଦ୍ରୀ ମହାକୁଳ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ସକାଳ ୧୦ ଘଣ୍ଟା ଠାରୁ ଆସନ୍ତା ୨୬ ଜୁଲାଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ଓ କନକପୁର ଗ୍ରାମବାସୀ ନିଜ ନିଜ ଘର ମଧ୍ୟରେ ରହିବାକୁ ସରପଞ୍ଚ ଅନୁରୋଧ କରିଛନ୍ତି । ବାହାର ଅଞ୍ଚଳର ଲୋକମାନଙ୍କୁ ଗ୍ରାମମଧ୍ୟକୁ ପ୍ରବେଶ ବାରଣ କରାଯାଇଛି । ଆବଶ୍ୟକ ହେଲେ ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରାଯିବ ବୋଲି ସରପଞ୍ଚ କହିଛନ୍ତି ।