ବିଭିନ୍ନ ଦାବିନେଇ ଅଙ୍ଗନୱାଡି କର୍ମୀଙ୍କ ଗଣଧାରଣା ଓ ବିକ୍ଷୋଭ

ବୌଦ୍ଧ,୨୩/୧୧- ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନର ଡାକରାକ୍ରମେ ଆଜି ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ସମସ୍ତ ଅଙ୍ଗନୱାଡିକର୍ମୀ ମାନେ କାର୍ଯ୍ୟବନ୍ଦ କରି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଗୁଡିକ ଆଗରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ଅଙ୍ଗନୱାଡି କର୍ମୀଙ୍କ ମାସିକ ବେତନ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ମାସିକ ବେତନ ୧୦ ହଜାର ଟଙ୍କା ପ୍ରଦାନ କରିବା, ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀ ଘୋଷଣା କରିବା, ସେମାନଙ୍କୁ ଇପିଏଫ, ଇଏସଆଇସି ଓ ଗ୍ରାଚୁଇଟି ପ୍ରଦାନ କରିବା, ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ବୟସ ସୀମା ନରଖି ପ୍ରାଇମେରୀ ଶିକ୍ଷୟତ୍ରୀ ଘୋଷଣା କରିବା, ୫୦ ପ୍ରତିଶତ ବିଭାଗୀୟ ପଦବୀରେ ପଦୋନ୍ନତି ଦେବା ଆଦି ଦାବିରେ ଅଙ୍ଗନୱାଡି କର୍ମଚାରୀମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ଦେଇଛନ୍ତି ।

Comments (0)
Add Comment