ଜହ୍ନ । ପଙ୍କ,୧୧/୮:- ଜିଲ୍ଲା ପ୍ରାଣୀ କଲ୍ୟାଣ ମଞ୍ଚ ଆନୁକୁଲ୍ୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିର । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରାଣୀ କଲ୍ୟାଣ ମଞ୍ଚର ସଭାପତି ସୁରେନ୍ଦ୍ର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୟୋଧର ମହ ।କୁଳ, ପ୍ରାଣୀ କଲ୍ୟାଣ ମଞ୍ଚର ସମ୍ପାଦକ ଅରୁଣ ମେଣ୍ଡଲି, ସାମ୍ବାଦିକ ସତ୍ୟନାରାୟଣ ପାଣି, ସୁଧାଂଶୁ ଶେଖର ମିଶ୍ର, ଉମାକାନ୍ତ ମହ ।କୁଲ ଯୋଗ ଦେଇ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ ଊପରେ ଆଲୋକପାତ କରିଥିଲେ । ବିଭିନ୍ନ ସର୍ପ ଦଂଶନ ପରେ ରୋଗୀ ଭୟ ନକରି ମନୋବଳ ଦୃଢ଼ କରି କୌଣସି ଫୁଙ୍କା ଝଡ଼ । ନକରି ତୁରନ୍ତ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଇଯିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଦେଶବନ୍ଧୁ ମହ ।କୁଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଉତ୍ତମ ସର୍ପ ଧରାଳି ସମ୍ମାନ ହେମନ୍ତ ବାଦିଙ୍କୁ ଓ ପ୍ରାଣୀ କଲ୍ୟାଣ ସମ୍ମାନ ଆଦିତ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ଶିକ୍ଷକ କୃଷ୍ଣ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ପ୍ରାଣୀ କଲ୍ୟାଣ ମଞ୍ଚର ସଭ୍ୟ ସଞ୍ଜୟ ଗୁରୁ, ଧନଞ୍ଜୟ ପାତ୍ର ଓ ରଞ୍ଜନ ମହାନନ୍ଦିଆ ସାପ ଧରିବାର ବିଭିନ୍ନ କୌଶଳ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦେଖାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଯୋଗେଶ ବାରିକ, ପ୍ରମୋଦ ପୂଜାହାରି, ଦିଲ୍ଲୀପ ବେହେରା, ଶିକ୍ଷୟତ୍ରୀ ସୁରମା ତ୍ରିପାଠୀ, କଲ୍ୟାଣୀ ବେହେରା, ସସ୍ମିତା ଜେନା ପ୍ରମୁଖ ସହଯୋଗ କରିଥିଲେ ।