ବୌଦ୍ଧଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ବୌଦ୍ଧ,୬/୧୦- ଉତ୍ତରପ୍ରଦେଶ ଲଖନପୁର ଠାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ତିନୋଟି କଳା ଆଇନକୁ ବିରୋଧକରି ସତ୍ୟାଗ୍ରହ କରୁଥିବା ସମୟରେ କେନ୍ଦ୍ରରେ ଥିବା ସରକାରର ରାଜ୍ୟ ଗୃହମନ୍ତ୍ରୀଙ୍କ ପୁଅ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ସତ୍ୟାଗ୍ରହୀ ଚାଷୀଙ୍କ ଉପରେ ଜିପ ଓ କାର ଚଢାଇ ଦେଇଥିଲେ । ଯାହାଫଳରେ ୪ ଜଣ ଚାଷୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଏହି ଚାଷୀଙ୍କ ପରିବାରଙ୍କୁ ସମବେଦନା ଜଣାଇବା ପାଇଁ ଜାତୀୟ କଂଗ୍ରେସ ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଯାଉଥିବାବେଳେ ତାଙ୍କୁ ଅନ୍ୟାୟ ଭାବରେ ଯୋଗୀ ସରକାର ଅଟକ ରଖିଥିଲେ ଏବଂ ୩୬ ଘଣ୍ଟା ପରେ ଗିରଫ କରାଯାଇଥିବା ସୂଚନା ଦେଇଥିଲେ । ଏପରି ବର୍ବୋରଚିତ କାର୍ଯ୍ୟ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ହୋଇଥିବା ଆକ୍ରମଣ ଓ ବେଆଇନକୁ ପ୍ରତିବାଦ କରି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ସନ୍ଧ୍ୟା ୬ ଘାଣ୍ଟ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ମଶାଲ ଓ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏହି ବିକ୍ଷୋଭ ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ସୁଧୀର କୁମାର କର୍ଣ୍ଣଙ୍କ ସମେତ ଜିଲ୍ଲା କଂଗ୍ରେସର ବିଭିନ୍ନ ଛାମୁଆ ସଂଗଠନର ସଂଯୋଜକ ମାନଙ୍କ ମଧ୍ୟରୁ ଯୁବ ସଂଯୋଜକ ସୁଶୀଲ ହୋତା, କୃଷକ ନେତା ରୋହିତାଶ୍ୱ ବେହେରା, ପଙ୍କଜ କର୍ଣ୍ଣ, କୁମୁଦ କୁଦେଇ, ପ୍ରମୋଦ କୁମାର ପ୍ରଧାନ, ପୌଲସ୍ତି ପ୍ରଧାନ, ସୁଧୀର ହୋତା, ପୁରନ୍ଦର ଗିରି, ଗିରିଧାରୀ ପ୍ରଧାନ, ଅଭିଳାଶ ସ୍ୱାଇଁ, ଗଣ୍ଡାଧର ବିଶି, ପ୍ରଶାନ୍ତ କର୍ଣ୍ଣ, ଅର୍ଜୁନ ମହାନନ୍ଦିଆ, ପ୍ରତାପ ପଣ୍ଡା, ଜିଲ୍ଲା କଂଗ୍ରେସ ସଭ୍ୟ ଗଣେଶ ପ୍ରସାଦ ଅଗ୍ରୱାଲ, ପ୍ରଦୀପ ଦାସ, ଶିବ ବେହେରା, ସାରଙ୍ଗ ଧର ଭୋଇ, ବେଣୁ ମେହେର, ଚୈତନ୍ୟ ପ୍ରଧାନ, ବିଦ୍ୟା ନାୟକ, ଅବନୀ ପ୍ରଧାନ, କନିଷ୍କ ରାଜହଂସ, ସଂଜୀବ ନାଏକ ଓ ଜିଲ୍ଲା କଂଗ୍ରେସ ଉପ ସଭାପତି ସମରେଶ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment