ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୌଦ୍ଧ,୧୭/୧୦: ବୌଦ୍ଧଜିଲ୍ଲାର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଜିଲ୍ଲାପରିଷଦ ବୌଦ୍ଧ ଓ ସହଯୋଗୀ ଅନୁଷ୍ଠାନ ୱାଇସିଡିଏ ବାଉଁଶୁଣୀ ଦ୍ୱାରା ସରପଞ୍ଚ ମାନଙ୍କ ପାଇଁ ଏକ ୫ଦିନିଆ ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ, ୱାଇସିଡିଏର ସଂପାଦକ ରାଜେନ୍ଦ୍ର ମେହେର ଏବଂ ଜିଲ୍ଲା ପରିଷଦ ବୌଦ୍ଧର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଅମ୍ବ୍ରିତା ପଣ୍ଡା ଯୋଗଦେଇ ସରପଞ୍ଚ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଶିକ୍ଷକ ଭାବେ ମାନସ ରଞ୍ଜନ ଧଳ ଓ ପ୍ରଭାତ ଶତପଥୀ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଗ୍ରାମ ପଞ୍ଚାୟତକୁ କିପରି ସଶକ୍ତି କରଣ କରାଯିବ, ଗ୍ରାମସଭା, ଗ୍ରାମ ପଞ୍ଚାୟତ ବିକାଶ ଯୋଜନା, ସରକାରଙ୍କ ଅର୍ଥ ଆୟୋଗ ଅନୁଦାନ ତଥା ଅର୍ଥ ଆୟୋଗ ବିଷୟରେ ତାଲିମ ଦିଆଯାଇଥିଲା । ୱାଇସିଡିଏର ଗୋପାଳ ମେହେର ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନକରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments (0)
Add Comment