ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା, ୪ ଆହତ

ବୌଦ୍ଧ,୨୦/୪ – ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଦିଗସିରା ନିକଟରେ ଗତକାଲି ଭାରସାମ୍ୟ ହରାଇ ଗୋଟିଏ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ହେବାରୁ ଡ୍ରାଇଭର ସମେତ ୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ସାଂପୋଚ ଗ୍ରାମ ପଞ୍ଚାୟତ ରାମ୍ଭିକଟା ଅଂଚଳରୁ ୩ ଜଣ ଯାତ୍ରୀଙ୍କୁ ନେଇ ଗୋଟିଏ ଯାତ୍ରୀବାହୀ ଅଟୋ ଓଡି ୨୭ ବି ୮୪୪୧ ଚାରିଛକ ଅଭିମୁଖେ ଯାଉଥିଲା । ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଦିଗସିରା ନିକଟରେ ଅଟୋର ଯାନ୍ତ୍ରିକ ତ୍ରୁଟିଯୋଗୁଁ ବ୍ରେକ୍‌ ଫେଲ୍‌ ହୋଇ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସି ଓଲଟି ପଡିଥିଲା । ଫଳରେ ଅଟୋ ଡ୍ରାଇଭର ହରିହର ଜାନିଙ୍କ ସମେତ ଅଟୋଯାତ୍ରୀ ସୁରେଶ ମହାକୁଡ (୬୦), ସୁକାନ୍ତ ପାତ୍ର (୩୦) ଓ ଉପାସୀ ବେହେରା (୩୦) ଆହତ ହୋଇଥିଲେ । ଖବରପାଇ ଚାରିଛକ ଦମକଳ ବାହିନୀ ଆହତଙ୍କୁ ଉଦ୍ଧାରକରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଦୁର୍ଘଟଣାରେ ଆହତ କେହି ଗୁରୁତର ନଥିବା ଜଣାପଡିଛି ।

Comments (0)
Add Comment